Thursday , March 23 2023
Home / ବିଶେଷ / ପୋଷ୍ଟ ମାଷ୍ଟର ପିତବାସ ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପୋଷ୍ଟ ମାଷ୍ଟର ପିତବାସ ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଭୁବନ ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଉପ ଡାକଘର ପୋଷ୍ଟ ମାଷ୍ଟର ପିତବାସ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ନୀଳକଣ୍ଠପୁର ଫାର୍ମ ଠାରେ ଇନଚାର୍ଜ ବିପିନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପିଏ ପ୍ରକାଶ ବେହେରା ଙ୍କ ସମେତ ସମସ୍ତ ଜିଡିଏସ ଏବଂ ଏବିପିଏମ ଗ୍ରୁପ ର ସଦସ୍ୟ ମାନେ ଯୋଗଦେଇ ଶ୍ରୀଯୁକ୍ତ ସାହୁଙ୍କ ନିଷ୍ଠା, ଏକାଗ୍ରତା, ଶୃଙ୍ଖଳା, ସମୟାନୁବର୍ତିତା ଓ କାର୍ଯ୍ୟଦକ୍ଷତା ଇତ୍ୟାଦି କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ଦୀର୍ଘ ନିରାମୟ ତଥା ସୁସ୍ଥ ଜୀବନ କାମନା କରିଥଲେ । ଶେଷରେ ଅବସର ଗ୍ରହଣ କରୁଥିବା ଶ୍ରୀଯୁକ୍ତ ସାହୁଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଦେବା ସହିତ ଉପହାର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଶ୍ରୀ ସାହୁ ୧୯୮୩ ମସିହା ଡିସେମ୍ବର ମାସରେ ଭୁବନ ଉପଡାକଘର ଅଧିନରେ ପୋଷ୍ଟ ପିଅନ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.