ପାରାଦୀପ ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- ଚଳିତ ମାସ ୧୩ତାରିଖରୁ ମାର୍ଚ୍ଚ ମାସ ୧୨ତାରିଖ ପର୍ଯ୍ୟନ୍ତ ପାରାଦୀପ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଓରମାସ୍ ଓ ପଂଚାୟତି ରାଜ ଏବଂ ଜଳ ଯୋଗାଣ ବିଭାଗ ସହଯୋଗରେ ପ୍ରଦର୍ଶନୀ ମେଳାର ଆୟୋଜନ କରାଯାଉଛି । ସ୍ୱଳ୍ପ ସଂଖ୍ୟକ ଷ୍ଟଲରେ ହାତ ତିଆରୀ ଉପକରଣ ଉପଲବ୍ଧ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଜଣାଇଛନ୍ତି । ପ୍ରକାଶ ଥାଉ କି, କରୋନା କଟକଣା ହଟିବା ପରେ ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ପ୍ରଦର୍ଶନୀ ମେଳାରେ ଆୟୋଜନ କରାଯାଇଛି । ପାରାଦୀପ ଅଂଚଳରେ ଏହି ମେଳାକୁ ନେଇ ଆଗ୍ରହ ପ୍ରକାଶ ପାଇଛି । ଓଡ଼ିଶା ସମାଚାର