Monday , March 27 2023
Breaking News
Home / ଶିକ୍ଷା / ଖର୍ଦ୍ଧାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ସରପଂଚ ଓ ଗ୍ରାମବାସୀଙ୍କ ବିଦ୍ୟାଳୟ ସମ୍ମୁଖରେ ଧାରଣା 

ଖର୍ଦ୍ଧାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ସରପଂଚ ଓ ଗ୍ରାମବାସୀଙ୍କ ବିଦ୍ୟାଳୟ ସମ୍ମୁଖରେ ଧାରଣା 

ରଘୁନାଥପୁର ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- ଖର୍ଦ୍ଧାସାହି ସରକାରୀ ପ୍ରଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ସରପଂଚ , ଅଭିଭାବକ ଓ ଗ୍ରାମବାସୀଙ୍କ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ରଘୁନାଥପୁର ବ୍ଲକ ଅନ୍ତର୍ଗତ ତଅଁରା ପଂଚାୟତର ଖର୍ଦ୍ଧାସାହି ପ୍ରାଥମିକ ବିଦ୍ୟାଳୟ ଟିକୁ ବ୍ଲକ ଶିକ୍ଷାଧିକାରୀ ବନ୍ଦ କରିଦେବାକୁ ନିଷ୍ପତି ନେଇଛନ୍ତି ବୋଲି ଜାଣିବା ପରେ ଗ୍ରାମବାସୀମାନେ ଆଜି ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରକାଶ ଥାଉକି, ଆଜକୁ ୧ବର୍ଷ ତଳେ ଏହି ବିଦ୍ୟାଳୟଟିକୁ ବନ୍ଦ କରିଦେବା ପାଇଁ ମଣ୍ଡଳ ଶିକ୍ଷାଧିକାରୀ ଯୋଜନା କରିଥିଲେ । ଏହି ଖବର ପାଇ ଗ୍ରାମବାସୀ ମାନେ ମଣ୍ଡଳଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁଙ୍କୁ ଭେଟି ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଦାବି ପତ୍ର ଦେଇଥିଲେ । ମଣ୍ଡଳ ଶିକ୍ଷାଧିକାରୀ ଏହି ବିଦ୍ୟାଳୟରେ ୨୦ଟି ପିଲାଙ୍କୁ ନାମ ଲେଖାଇଲେ ସେ ଏହି ସ୍କୁଲ ବନ୍ଦ କରିବେ ନାହିଁ ବୋଲି ଗ୍ରାମବାସୀଙ୍କୁ ୧ବର୍ଷ ପୂର୍ବେ ପ୍ରତିଶୃତି ଦେଇଥିଲେ ବୋଲି ବିଜେଡି ନେତା ସରୋଜ ରାୟ ଅଭିଯୋଗ କରିଛନ୍ତି  । ବର୍ତମାନ ଏହି ବିଦ୍ୟାଳୟରେ ୨୦ଜଣ ଛାତ୍ରଛାତ୍ରୀ ପାଠପଢୁ ଅଛନ୍ତି । ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚଉଳ ଓ ଟଙ୍କା ଯୋଗାଇ ଦିଆଯାଉଅଛି । ମାତ୍ର ମଣ୍ଡଳ ଶିକ୍ଷାଧିକାରୀ ଏହି ବିଦ୍ୟାଳୟଟିକୁ ବନ୍ଦ କରି ଗୁଆଳିପୁର ସରକାରୀ ମହେଶ୍ୱର ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ପାଇଁ ନିଷ୍ପତି ନେଇଛନ୍ତି । ପ୍ରକାଶ ଥାଉକି, ଏହି ବିଦ୍ୟାଳୟ ନିକଟରୁ ଗୁଆଳିପୁର ସରକାରୀ ମହେଶ୍ୱର ହାଇସ୍କୁଲ ପ୍ରାୟ ୨କିଲୋମିଟର ଦୂର ଅଟେ । ଏହି ବିଦ୍ୟାଳୟ ଠାରୁ ମହେଶ୍ୱର ଉଚ୍ଚ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଆସିବାକୁ ହେଲେ ୨ଟି ଗ୍ରାମ ଉନ୍ନୟନ ମୁଖ୍ୟ ରାସ୍ତା ଅତିକ୍ରମ କରି ଆସିବାକୁ ପଡିବ । ଯାହା ଆଦୌ ସମ୍ଭବ ନୁହେ । ଏହି ବ୍ଲକରେ କେତେକ ବିଦ୍ୟାଳୟରେ ୧୫ରୁ କମ୍ ପିଲା ଥିବା ସ୍କୁଲକୁ କର୍ତୃପକ୍ଷ ବନ୍ଦ ପାଇଁ ଆଜକୁ ୧ବର୍ଷ ପୂର୍ବେ ଚିଠି କରିଥିଲେ ମଧ୍ୟ ସେ ବିଦ୍ୟାଳୟକୁ ଖୋଲା ରହିଛି ତାହା ବନ୍ଦ ହୋଇନାହିଁ । ମାତ୍ର ତଅଁରା ପଂଚାୟତରେ ଥିବା ଖର୍ଦ୍ଧାସାହି ଗ୍ରାମରେ ଏହି ଏକମାତ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ କର୍ତୃପକ୍ଷ ବନ୍ଦ କରିବା ନିଷ୍ପତି ବିରୁଦ୍ଧରେ ଏହି ଗ୍ରାମର ଗ୍ରାମବାସୀ, ଅଭିଭାବକ ମାନେ ପ୍ରତିବାଦ ଜଣାଇବା ସହିତ ବିଦ୍ୟାଳୟ ସମ୍ମସୁଖରେ ଧାରଣାରେ ବସିଛନ୍ତି । ଧାରଣାରେ ତଅଁରା ପଂଚାୟତର ସରପଂଚ କବିତା ନାୟକଙ୍କ ନେତୃତ୍ୱରେ ରସ୍ମିତା ନାୟକ, ରବିନ୍ଦ୍ର ନାୟକ, ଭିକାରୀ ମହାନ୍ତି, ଉର୍ମିଳା ନାୟକ, ଦିବାକର ନାୟକ, ଚନ୍ଦ୍ରମଣି ଲେଙ୍କା, ସତ୍ୟଭାମା ନାୟକ, ମାନା ଲେଙ୍କା, କନକଲତା ନାୟକ, ଅର୍ଜୁନି ନାୟକ, ନିମିତା ରାୟ, ଅହଲ୍ୟା ସ୍ୱାଇଁ, ଭକ୍ତ ଚରଣ ସ୍ୱାଇଁ ଅଞ୍ଜଳି ସ୍ୱାଇଁ, ଦାସରଥି ମହାନ୍ତି, ରଞ୍ଜନ ସ୍ୱାଇଁ, ଫଗୁ ମଲ୍ଲିକ, ବ୍ରଜ ଗୋଚ୍ଛାୟତ, ସୁମନ୍ତ ଲେଙ୍କା, ଅଟଳ ରାଉତ, ସାବିତ୍ରୀ ମହାନ୍ତି, ନନ୍ଦ ମହାନ୍ତି, ଦିବ୍ୟଜ୍ୟୋତି ମହାନ୍ତି, ଲୋପାମୁଦ୍ରା ନାୟକ, ଅର୍ଚ୍ଚନା ନାୟକ, ଅମିୟ କିଶୋର ରାୟ, ବିଷ୍ଣୁ ଚରଣ ସ୍ୱାଇଂ, ରଞ୍ଜନ କୁମାର ରାୟ, ପଦନ ଗୋଚ୍ଛାୟତ, ଦେବେନ୍ଦ୍ର ମହାନ୍ତି, ଭାବଗ୍ରାହୀ ରାୟ, ମନୋରଞ୍ଜନ ମହାନ୍ତି, ନକୁଳ ନାୟକ ପ୍ରମୁଖ ଧାରଣାରେ ବସିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.