Thursday , March 23 2023
Home / ଶିକ୍ଷା / ଉଚ୍ଚାରଣ ନୁହେଁ ଆଚରଣ ସିଦ୍ଧ କାର୍ଯ୍ୟ ମନୁଷ୍ୟକୁ ମହାନ୍ କରେ

ଉଚ୍ଚାରଣ ନୁହେଁ ଆଚରଣ ସିଦ୍ଧ କାର୍ଯ୍ୟ ମନୁଷ୍ୟକୁ ମହାନ୍ କରେ

ନିରାକାରପୁର, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- କବି ପ୍ରସନ୍ନ ପାଟ୍ଟଶାଣୀ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ୩ ଦିନ ଧରି ଯୁବ ରେଡକ୍ରସର ସଂକୁଳସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବୀରର ଉଦଯାପନୀ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ମିହିର ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଶରତ କୁମାର ଦୋରା ମୁଖ୍ୟ ଅତିଥି, ସମ୍ ହସ୍ଟିଟାଲର ସୁନାମଧନ୍ୟ ଡାକ୍ତର ତଥା ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଡ. ଆଶୁତୋଷ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା, ଯୁବ ରେଡକ୍ରସ୍ର ଜିଲ୍ଲା ଆବାହକ ସମ୍ପାଦକ ପ୍ରବୋଧ କୁମାର ଜଗଦ୍ଧେବ ଏବଂ କବି ପ୍ରସନ୍ନ ପାଟ୍ଟଶାଣୀ ଆଂଚଳିକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ଶିବିରାର୍ଥୀମାନଙ୍କୁ ଭଲ ମଣିଷ ହେବା ପାଇଁ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବାକୁ ପ୍ରବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ ଏବଂ ଧନ୍ୟବାଦ ଦେଇଥିଲେ ଅଧ୍ୟପାକ ଅଶୋକ କୁମାର ମଲ୍ଲିକ । ପରିଶେଷରେ ଶିବିରାର୍ଥୀମାନଙ୍କୁ ମାନପତ୍ର ଓ ପୁରସ୍କାର ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.