Tuesday , March 21 2023
Breaking News
Home / ବିଶେଷ / ୫ ଟି ଜିଲ୍ଲାର ସମସ୍ତ ପୌରାଂଚଳର କାର୍ଯ୍ୟସମୀକ୍ଷା

୫ ଟି ଜିଲ୍ଲାର ସମସ୍ତ ପୌରାଂଚଳର କାର୍ଯ୍ୟସମୀକ୍ଷା

ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଉପରେ ଗୁରୁତ୍ୱ – ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପ୍ର୍ରତିଯୋଗିତା ଲାଗି ଯୋଗ୍ୟହେବାକୁ ପରାମର୍ଶ

ଭୁବନେଶ୍ୱର,୧୨/୦୨/୨୦୨୧ (ଓଡ଼ିଶା ସମାଚାର)- ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟର ପୌରାଂଚଳଗୁଡିକରେ ହେଉଥିବା ବିକାଶ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଲାଗି ତଦାରଖ ଓ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ୫-ଟି ଆଧାରରେ କାର୍ଯ୍ୟ ସମ୍ପାଦନ ଲାଗି ନିର୍ଦ୍ଧେଶ ଦିଆଯାଇଛି । ଆଜି ଲୋକସେବାଭବନର ନୂତନ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ୫ ଟି ଜିଲ୍ଲା , ପୁରୀ , ଖୋର୍ଦ୍ଧା , ନୟାଗଡ , ସୋନପୁର ଓ ବୌଦ୍ଧ ଜିଲ୍ଲାର ସମସ୍ତ ପୌରସଂସ୍ଥାର ସମୀକ୍ଷା ଅସରରେ ଏହି ନିର୍ଦ୍ଧେଶ ଦେଇଛନ୍ତି ।

ସମୀକ୍ଷା କାଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ସହର ପୁରସ୍କାର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରମୁଖ ସଚିବ ଶ୍ରୀ ମାଥିଭାଥନନ ସମସ୍ତ ପୌରାଂଚଳ ଯେଭଳି ଏହି ସମ୍ମାନଜନକ ପୁରସ୍କାର ପ୍ରତିଯୋଗୀତାରେ ଅଂଶଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହୋଇପାରିବେ ସେହି ଅନୁଯାୟୀ କାର୍ଯ୍ୟକରିବାକୁ ପରାମର୍ଶ ଦେଇଛନ୍ତି । ‘ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା’ ଗଠନ ଲାଗି ମିଶନ ମୋଡ୍ ରେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସହରାଂଚଳରେ ସ୍ୱଚ୍ଛତା ଲାଗି ଚଳିତ ବର୍ଷରୁ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପୁରସ୍କାର ଯୋଜନା କାର୍ଯ୍ୟକାରୀ ହେଉଛି । ଏତଦ୍ବ୍ୟତିତ ନିର୍ମାଣ ବର୍ଜ୍ୟ ପରିଚାଳନା , ମାଇକ୍ରୋ କମ୍ପୋଷ୍ଟିଙ୍ଗ କ୍ଷେତ୍ରକୁ କାର୍ଯ୍ୟକାରୀ କରାଯିବା, ସାମଗ୍ରି ଅସୁଲି ସୁବିଧା ଉପଲବ୍ଧ କରାଯିବା ,ପାନୀୟ ଜଳ ଯୋଗାଣ, ସ୍ମାଟ ଷ୍ଟିଟ୍ ଲାଇଟÿ ଏବଂ ଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି । କାର୍ଯ୍ୟକାରୀ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ , ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ ହାସଲ କରିବା ଦିଗରେ ବିହିତ ପ୍ରଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଆରୋପ କରାଯାଇ ପୌରପରିଷଦ ଗୁଡ଼ିକ ନିଜର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରିବା ସାଙ୍ଗକୁ ପ୍ରଦତ ଅର୍ଥର ବିନିଯୋଗ ଓ ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦ୍ଧେଶ ଦିଆଯାଇଛି ।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୌର ପ୍ରଶାସନ ନିର୍ଦ୍ଧେଶକ ସଂଗ୍ରାମଜିତ୍ ନାୟକ, ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ, ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର ଏବଂ ଉପଶାସନ ସଚିବ ତଥା ସୁଡ଼ାର ଅତିରିକ୍ତ ନିର୍ଦ୍ଧେଶକ ସାରଦା ପ୍ରସାଦ ପଣ୍ଡା ପ୍ରମୁଖ ସହରାଂଚଳରେ କାର୍ଯ୍ୟକାରୀ ହୋଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ସଂପୃକ୍ତ ୫ ଟି ଜିଲ୍ଲାର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଧେଶକ, ବି.ଏମ୍.ସି କମିଶନର , କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୈାରପରିଷଦର ପଦାଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.