ନିରାକାରପୁର, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ବନ୍ୟ ପ୍ରାଣୀ ବିଭାଗ ,ବାଲୁଗାଁ ମିଳିତ ସହଯୋଗରେ ୩ ଦିନିଆ ବିଦେଶାଗତ ପକ୍ଷୀ ସୁରକ୍ଷା ସଚେତନତା ଅଭିଯାନ ଅରମ୍ଭ ହୋଇଛି । ଆଜି ଦ୍ୱିତୀୟ ଦିବସରେ ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ି ଗ୍ରାମରେ ମହାସମାରୋହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଂଘର ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତି, ସମ୍ମାନୀତ ଅତିଥିଭାବେ ପରିବେଶବିତ ସନ୍ତୋଷ କର, ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୂଡ଼ାମଣି ମୁର୍ମୁ,ଉପଦେଷ୍ଟା ପ୍ରଦୋଷ କୁମାର ଦାଶ ଓ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ମରେ ଉପସ୍ଥିତ ରହିଥିଲେ । ପକ୍ଷୀ ଆମର ଅତିଥି ତାଙ୍କର ସୁରକ୍ଷା ଆମ ଦାୟିତ୍ୱ ଉପରେ ସମସ୍ତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ପ୍ରବକ୍ତା ସରୋଜ କୁମାର ପାଇକରାୟ, କୋଷାଧ୍ୟକ୍ଷ ଲଛମନ ନାୟକ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର