Saturday , April 1 2023
Breaking News
Home / ବିଶେଷ / ଶିକ୍ଷାବିତ୍ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ

ଶିକ୍ଷାବିତ୍ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ

ନିରାକାରପୁର, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)-ବର୍ଷିଆନ ଶିକ୍ଷାବିତ୍ ତଥା ଟାଙ୍ଗିବ୍ଲକର ପୂର୍ବତନ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ପ୍ରଚଣ୍ଡ ପ୍ରତିଭା ସଂମ୍ପର୍ଣ୍ଣ ଶିକ୍ଷାବିତ୍ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୨ବର୍ଷ ବୟସରେ ତାଙ୍କ ରାମେଶ୍ୱରସ୍ଥିତ ନିଜ ବାସଭୂବନରେ ଶୁକ୍ରବାର ସକାଳ ୭ଘଟିକାରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ ମଧୁମେହ ରୋଗରେ ପଡିତ ରହି ଚିକତ୍ିସିତ ହେଉଥିଲେ । ଶ୍ରୀଯୁକ୍ତ ତ୍ରିପାଠୀ ଜଣେ ଅତ୍ୟନ୍ତ ଶାନ୍ତ ଶରଳ ମିଷ୍ଟଭାସୀ ଛାତ୍ର ବାତ୍ସଲ୍ୟ ମଣିଷ ଥିଲେ । ଅନେକ ସାମାଜିକ ସାଂସ୍କୃତିକ ସାହିତ୍ୟ ଅନୁଷ୍ଠାନର ଥିଲେ ପ୍ରମୁଖ ବିନ୍ଧାଣୀ । ଅନେକ ପୁସ୍ତକର ରଚୟିତା ତଥା ରାମେଶ୍ୱର ସାହିତ୍ୟ ସଂସଦର ସକ୍ରିୟ ସଭ୍ୟ,ଗୋକୁଳାନନ୍ଦ ସାହିତ୍ୟ ସଂସଦର ଗବେଷକ ବିଭିନ୍ନ ସାମାଜିକ ଅନୁଷ୍ଠାନର ଥିଲେ ଉପଦେଷ୍ଠା । ତାଙ୍କ ନିଜସ୍ୱ ଉଦ୍ୟମରେ ଟାଙ୍ଗିବ୍ଲକ ତାଥା ଅଂଚଳରେ ବହୁ ଶିକ୍ଷାଅନୁଷ୍ଠାନ ଗଢିଉଠି ସହିତ ବହୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ୍ ମାର୍ଗ ଦର୍ଶନ କରି ଭଲ ମଣିଷ କରିପାରିଛନ୍ତି । ତାଙ୍କ ମୃତୁ୍ୟରେ ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବହୁ ପୁରାତନ ଛାତ୍ର ତଥା ଟାଙ୍ଗି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କିଶୋର ଚନ୍ଦ୍ର ଦାଶ୍ ସଂଘର କର୍ମକର୍ତା ରାମେଶ୍ୱର ଗ୍ରାମପଂଚାୟତ ପ୍ରମୋଦ ତ୍ରିପାଠୀ ବହୁମାନ୍ୟ ଗନ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.