Thursday , May 26 2022
Breaking News
Home / ବିଶେଷ / ମଦ୍ୟପ କାର ଚାଳକଙ୍କ କାରରେ ଥିବା ୨ଛୋଟ ପିଲାଙ୍କୁ ଘରେ ପହଁଚାଇଥିବାରୁ ଫାଣ୍ଡି ହାବିଲଦାରଙ୍କୁ ଏସପି ପୁରସ୍କୃତ କଲେ

ମଦ୍ୟପ କାର ଚାଳକଙ୍କ କାରରେ ଥିବା ୨ଛୋଟ ପିଲାଙ୍କୁ ଘରେ ପହଁଚାଇଥିବାରୁ ଫାଣ୍ଡି ହାବିଲଦାରଙ୍କୁ ଏସପି ପୁରସ୍କୃତ କଲେ

କେନ୍ଦ୍ରାପଡା, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- ଏକ ମଦ୍ୟପ କାର ଚାଳକଙ୍କ କାରରେ ଥିବା ୨ଟି ପିଲାଙ୍କୁ ସେମାନଙ୍କ ଘରେ ନେଇ ସୁରକ୍ଷିତ ଭାବେ ପହଁଚାଇଥିବା ପୁରୁଣାବସଷ୍ଟାଣ୍ଡ ଫାଣ୍ଡିର ହାବିଲଦାର ନରେନ୍ଦ୍ର ନାଥ ସୋରେନଙ୍କୁ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ପୁରସ୍କୃତ କରିଥିବା ସୂଚନା ମିଳିଛି । ହାବିଲଦାର ଶ୍ରୀ ସୋରେନ ତାଙ୍କ କର୍ତବ୍ୟ ଓ ଦାୟୀତ୍ୱ ନିଷ୍ଠାର ସହ ସମ୍ପାଦନ କରିଥିବାରୁ ଏସପି ତାଙ୍କୁ ପୁରସ୍କୃତ କରିଥିବା ସୂଚନା ମିଳିଛି । ଗତ ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି କାର ଚଳାଉଥିବା ବେଳେ ପୁରୁଣା ବସଷ୍ଟାଣ୍ଡରେ ଟାଉନ ଥାନା ପୋଲିସ ହାତରେ ଧରାପଡିଥିବା କାର ଚାଳକଙ୍କୁ ଆଉ କାର ଚଳାଇବାକୁ ଦିଆଯାଇନଥିବା ବେଳେ ସେହି କାରରେ ଥିବା ୨ଟି ଛୋଟପିଲାଙ୍କୁ ନେଇ ମଢିଆଳର ସାଇ ନର୍ସିଂହୋମ ନିକଟରେ ଥିବା ପିଲାଙ୍କ ଘରେ ସେମାନଙ୍କ ମା’ଙ୍କୁ ହସ୍ତାନ୍ତର କରିଥିଲେ ହାବିଲଦାର ଶ୍ରୀ ସୋରେନ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *