Saturday , April 1 2023
Breaking News
Home / ବିଶେଷ / ମଦ୍ୟପାନକରି ଗାଡି ଚଳାଉଥିବା ଅଭିଯୋଗରେ ୬ଜଣଙ୍କ ଠାରୁ ୬୦ହଜାର ଜୋରିମାନା ଆଦାୟ

ମଦ୍ୟପାନକରି ଗାଡି ଚଳାଉଥିବା ଅଭିଯୋଗରେ ୬ଜଣଙ୍କ ଠାରୁ ୬୦ହଜାର ଜୋରିମାନା ଆଦାୟ

କେନ୍ଦ୍ରାପଡା, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- ମଦ୍ୟପାନ କରି ବାଇକ ଓ କାର ଚଳାଉଥିବା ଅଭିଯୋଗରେ ୬ଜଣଙ୍କ ଠାରୁ ଟାଉନ ଥାନା ପୋଲିସ ୬୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । ଗତ ବୁଧବାର ରାତି ପ୍ରାୟ ୧୨ଟା ୩୦ମିନିଟ ସମୟରେ ପୁରୁଣା ବସଷ୍ଟାଣ୍ଡରେ ଟାଉନ ଥାନା ପକ୍ଷରୁ ବ୍ରେଥ ଆନାଲାଇଜର ମାଧ୍ୟମରେ ଚେକିଂ କରାଯାଉଥିବା ବେଳେ ସେହି ରାସ୍ତା ଦେଇ ମଦ୍ୟପାନ କରି ବାଇକ ଓ କାର ଯୋଗେ ଯାଉଥିବା ଲୋକନାଥ ସାହୁ, ସେକ ସରିଫ, ମିହିର କର, ରବି ମଲ୍ଲିକ, ସେକ ଖତିଫ ପ୍ରଭୃତି ୬ଜଣଙ୍କ ଠାରୁ ୬୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଠାରୁ ସୂଚନା ମିଳିଛି । ଏହି ଚେକିଂ ସମୟରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.