ଜାଗା ମିଶନ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ; ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଭୁବନ ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଏନଏସି ପରିସର ମଧ୍ୟରେ ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ଜାଗା ମିଶନ ଯୋଜନାରେ ଆଜି ସମୁଦାୟ ୧୫ ଜଣ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବସ୍ତି ବାସିନ୍ଦା ଙ୍କୁ ପଟ୍ଟା ବଣ୍ଟନ କରି କହିଥିଲେ ଯେ,ସାରା ଭାରତରେ ଓଡିଶା ସରକାର ଙ୍କ ଜାଗା ମିଶନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ସହରକୁ ଗଢି ତୋଳିବାରେ ବସ୍ତିବାସିନ୍ଦାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେଥିପାଇଁ ସମସ୍ତ ବସ୍ତିକୁ ଆବାସ ଯୋଗ୍ୟ ବସ୍ତିରେ ପରିଣତ କରି ସେମାନଙ୍କୁ ନ୍ୟାଯ୍ୟ ଅଧିକାର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ମତବ୍ୟକ୍ତ କରିଥିଲେ । ଏନଏସି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର ପ୍ରଭାସ କୁମାର ବେହୁରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସଙ୍ଗଠିକା ଜଲିତା ସାହୁ,କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ,ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ,ପୂର୍ବତନ ଉପନଗରପାଳ ମାୟାଧର ସାହୁ ,ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମୁଦାୟ ୧୧୦ ଜଣ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭତା ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ,ଗତ ଅକ୍ଟୋବର ୧୫ ତାରିଖରେ ୧୫୮ ଜଣ ବସ୍ତି ବାସିନ୍ଦାଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର