Monday , March 20 2023
Breaking News
Home / ରାଜନୀତି / ବିଜେପି ନଗର ଯୁବମୋର୍ଚ୍ଚା ପକ୍ଷରୁ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ପାଳିତ

ବିଜେପି ନଗର ଯୁବମୋର୍ଚ୍ଚା ପକ୍ଷରୁ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ପାଳିତ

କେନ୍ଦ୍ରାପଡା, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଜେପି ନଗର ଯୁବମୋର୍ଚ୍ଚା ପକ୍ଷରୁ ପ୍ରଖର ରାଷ୍ଟ୍ରବାଦୀ, ଚିନ୍ତାନାୟକ, ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ସହରର ଖଡିଅଙ୍ଗଛକରେ ନଗର ଯୁବମୋର୍ଚ୍ଚା ସଭାପତି ସନ୍ଦିପନୀ ଆର୍ଯ୍ୟକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପଣ୍ଡିତ ସ୍ୱର୍ଗତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରଣିତ ଏକାତ୍ମ ମାନବବାଦ ଏକ ବିକଶିତ ରାଷ୍ଟ୍ରର ମୂଳଦୁଆ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ସିଦ୍ଧାର୍ଥ ସିଂ, ହରି ପ୍ରସାଦ ସିଂ, ଉପସଭାପତି ଭବାନିଶଙ୍କର ମହାନ୍ତି, ଆଦି ଦାସ, ଶୁକାନ୍ତ ବେହେରା, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାୟକ, ନିଳକଣ୍ଠ ସ୍ୱାଇଁ ଓ ଦେବେନ୍ଦ୍ର ଜେନାଙ୍କ ସହ ବହୁ ଯୁବମୋର୍ଚ୍ଚାର କର୍ମୀ ସାମିଲ ହୋଇ ସ୍ୱର୍ଗତ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.