ମାହାଙ୍ଗା,୧୨/୦୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା) :ମାହାଙ୍ଗା ଉମର ହନୁମାନ ମନ୍ଦିର କୁ ଦେବୋତ୍ତର ବିଭାଗ ବହୁ ଦିନରୁ ହାତକୁ ନେଇ ୨୦୦୬ ମସିହା ରେ ସେବାୟତ ମାନଙ୍କୁ ସ୍ଥୟୀ ନିଯୁକ୍ତି ଘୋଷଣା କରିଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରାଯାଉନଥିବା ନେଇ କୋର୍ଟ ରେ କେସ ଚାଲୁ ଥିଲେ ହେଁ ଦୀର୍ଘ ଚଉଦ ମାସ ହେବ ଦେବୋତ୍ତର ବିଭାଗ ଅଧୀନରେ ଥିବା ଟ୍ରଷ୍ଟ ସେବାୟତ ମାନଙ୍କୁ ଦରମା ଦେଉନଥିବା ଏବଂ ସେବାୟତ ଙ୍କ ନାମରେ ମିଥ୍ୟା ଆରୋପ ଲଗାଇବା ଦ୍ଵାରା ଆଜି କୁମ୍ଭ ସଙ୍କରାନ୍ତିରେ ଭକ୍ତ ମାନଙ୍କ ଭୋଗ କରିବେ ନାହିଁ ବୋଲି ଅଡ଼ି ବସିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଭୋଗ ଲଗାଯାଇଥିଲା।ସେବାୟତ ମାନେ ଗଣମାଧ୍ୟମରେ ଦୁଃଖ କହିବା ସମୟରେ କାନ୍ଦି ପକାଇଥିଲେ। ଦୁଇ ଦିନ ମଧ୍ୟରେ ସମସ୍ୟା ର ସମାଧାନ କରିବା ପାଇଁ ଗ୍ରାମବାସୀମାନେ ଦାଇତ୍ୱ ନେଇଥିବା ବେଳେ, ସମାଧାନ କରାନଗଲେ ସମ୍ପୁର୍ଣ୍ଣ ନିତି କାନ୍ତି ବନ୍ଦ କରାଯିବ ବୋଲି ସେବାୟତ ମାନେ ପ୍ରକାଶ କରିଛନ୍ତି। ଦେବୋତ୍ତର ବିଭାଗ ଏବଂ ଦାଇତ୍ବରେ ଥିବା ଟ୍ରଷ୍ଟ ର ଏଭଳି କାର୍ୟ୍ୟ କୁ ଓଡ଼ିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ର ପଦାଧିକାରୀ ମାନେ ଦୃଢ଼ ନିନ୍ଦା କରିଛନ୍ତି। ଓଡ଼ିଶା ସମାଚାର