Saturday , May 28 2022
Breaking News
Home / ବିଶେଷ / ଗୋଚର ଜମିରେ ଜୀବନବୀମା କାର୍ଯ୍ୟାଳୟ ଗୃହ ନିର୍ମାଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ଗୋଚର ଜମିରେ ଜୀବନବୀମା କାର୍ଯ୍ୟାଳୟ ଗୃହ ନିର୍ମାଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଜମଧର ଗ୍ରାମପଂଚାୟତର ପାଣ୍ଡିରୀ ମୌଜାରେ ଥିବା ଗୋଚର ଜମି ଉପରେ କେନ୍ଦ୍ରାପଡା ଜୀବନବୀମା କାର୍ଯ୍ୟାଳୟ ଗୃହ ନିର୍ମାଣ ପ୍ରସ୍ତୁତିକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପାଣ୍ଡିରୀ ମୌଜାରେ ଆବଶ୍ୟକତା ଠାରୁ ବହୁ କମ  ପରିମାଣର ଚାରଣ ଭୂମି ଥିବା ବେଳେ ସେହି ମୌଜାର ଖାତା ନମ୍ବର – ୧୦୫, ପ୍ଲଟ ନମ୍ବର ୨୭୨ ଏରିଆ ଏ ୦.୨୪ଡେସିମିଲ ଗୋଚର କିଷମ ଜମିକୁ ଜୀବନବୀମା କାର୍ଯ୍ୟାଳୟକୁ ଲିଜ ପ୍ରଦାନ କରାଯାଇଛି ।ଏହି ବେଆଇନ ଲିଜକୁ ଖାରଜ କରିବା ପାଇଁ ଗ୍ରାମବାସୀମାନେ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟଙ୍କ ଆଦେଶକ୍ରମେ ସେହି ମାମଲା ଜିଲ୍ଲାପାଳଙ୍କ କୋର୍ଟରେ ବିଚାରାଧିନ ଥିବା ସମୟରେ ସେହି ବିବାଦୀୟ ଜମି ଉପରେ ଏବେ ଜୀବନବୀମା କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଜଗନ୍ନାଥ ମହାନ୍ତି, ଦୀପକ କୁମାର ମହାନ୍ତି, ଶଶୀଭୂଷଣ ମହାନ୍ତି ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର

ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )-  ADIP ଓ  RVY  ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *