Tuesday , March 28 2023
Breaking News
Home / ବିଶେଷ / କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର କର୍ମଚାରୀଙ୍କ ଅକାଳ ବିୟୋଗରେ ଶୋକ

କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର କର୍ମଚାରୀଙ୍କ ଅକାଳ ବିୟୋଗରେ ଶୋକ

ରଘୁନାଥପୁର, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)-ଭାରତର ପ୍ରଥମ ସ୍ମାର୍ଟ ଗ୍ରାମ କଲରାବାଙ୍କ ଠାରେ ଥିବା କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବରିଷ୍ଠ କର୍ମଚାରୀ ବିଜୟ କୁମାର ସାହୁ ଗତ ୧୧ ତାରିଖ ସକାଳ ୬ଟାରେ ୫୩ ବର୍ଷ ବୟସରେ ହୃୃଦ୍ରୋଗରେ ମୃତୁ୍ୟ ବରଣ କରିଛନ୍ତି । ସ୍ୱର୍ଗତ ଶ୍ରୀ ସାହୁ ଜଣେ ସରଳ, କର୍ତବ୍ୟ ପରାୟଣ, ସତ୍ୟନିଷ୍ଠ ଡ୍ରାଇଭର ଥିଲେ । ତାଙ୍କର ଜଗନ୍ନାଥପୁର ବାଗସାହି ବାସଭବନରେ ପରଲୋକ ଘଟିଛି । ସେ ଅତ୍ୟନ୍ତ ଗରିବ ଲୋକ ଅଟନ୍ତି । ତାଙ୍କ ଗ୍ରାମ ସ୍ମଶାନରେ ସତ୍କାର କରାଯାଇଥିଲା । ଏକମାତ୍ର ପୁତ୍ର ନବମ ଶ୍ରେଣୀରେ ପଢୁଥିବା ବିବେକ ମୁଖାଗ୍ନୀ ଦେଇଥିବା ବେଳେ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀ ଉପସ୍ଥିତ ଥିଲେ । ତାଙ୍କର ବିୟୋଗ ଖବର ପାଇ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଭାପତି ତଥା କାଦମ୍ବିନୀ କୁନି କଥାର ସଂପାଦିକା ଡ. ଇତି ସାମନ୍ତ ଗଭିର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କର ବିୟୋଗରେ ବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ପାଢୀ ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଗଭିର ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.