Tuesday , March 28 2023
Breaking News
Home / ବିଶେଷ / ଫକିରାବାଦ ମର୍କେଜୀ ମସଜିଦ ପରିଦର୍ଶନକଲେ ଜିଲ୍ଲାପାଳ

ଫକିରାବାଦ ମର୍କେଜୀ ମସଜିଦ ପରିଦର୍ଶନକଲେ ଜିଲ୍ଲାପାଳ

କେନ୍ଦ୍ରାପଡା,୧୧/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଫକିରାବାଦର ମର୍କେଜି ମସଜିଦକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଏହି ମସଜିଦର ଉନ୍ନୟନ ପାଇଁ ଘୋଷଣା କରିଥିବା ଏକ କୋଟି ଟଙ୍କାର ସରକାରୀ ଅନୁଦାନରେ କିଭଳି ମସଜିଦର ଉନ୍ନତି କରଣ ଓ ସୌନ୍ଧର୍ଯ୍ୟକରଣ ହେବ ସେ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ସ୍ଥାନୀୟ ଅଧିବାସୀ ତଥା ମସଜିଦର କର୍ମକର୍ତା ସମ୍ପାଦକ ମୀର ଖଲିଲଉଲ୍ଲା, ସୟଦ ଅକମଲ ଅଲ୍ଲୀ, ମହମ୍ମଦ ଅମୀର, ସେକ ଲିୟାକତ ଅଲ୍ଲୀ, ମହମ୍ମଦ ଜାକିର, ଅବଦୁଲ ରକିବ ଖାଁଙ୍କ ସହ ଆଲୋଚନା କରିଥିଲେ । ମସଜିଦ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ୱାଗତ କରାଯାଇଥିଲା । ଜିଲ୍ଲାପାଳଙ୍କ ସହିତ ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.