Saturday , June 3 2023
Breaking News
Home / ବିଶେଷ / ପୁରୁଷୋତମପୁର ପଂଚାୟତ ହାଇସ୍କୁଲ ବିଜ୍ଞାନ ଶିକ୍ଷକଙ୍କ ପରଲୋକ

ପୁରୁଷୋତମପୁର ପଂଚାୟତ ହାଇସ୍କୁଲ ବିଜ୍ଞାନ ଶିକ୍ଷକଙ୍କ ପରଲୋକ

କେନ୍ଦ୍ରାପଡା,୧୧/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଂଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀଙ୍କ ୫୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ଗତ ମଙ୍ଗଳବାର ରାତିରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ପକ୍ଷରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ଷଡଙ୍ଗୀଙ୍କ ମୃତୁ୍ୟଶଯ୍ୟା ନିକଟରେ ଦୁଇପୁଅ ଅମରେନ୍ଦ୍ର ଓ ଅଭିଷେକଙ୍କ ସମେତ ପରିବାରଲୋକେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଡାକ୍ତରଖାନାରୁ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରେ ଓଷ୍ଟାର ରାଜ୍ୟ ନେତା ପ୍ରଣବ କୁମାର ଜେନା, ଜିଲ୍ଲା ନେତା ନାରାୟଣ ପଣ୍ଡା, ଅକ୍ଷୟ ନନ୍ଦଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତା, ପୁରାତନ ଛାତ୍ରଛାତ୍ରୀ ଓ ଅଧୂନା ଛାତ୍ରଛାତ୍ରୀମାନେ ପୁଷ୍ପମାଲ୍ୟ ପ୍ରଦାନ  ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ  କରିଥିଲେ । ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁଆଁରପାଳ ଗ୍ରାମ ସ୍ମଶାନରେ  ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଅଭିଷେକ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.