Sunday , April 2 2023
Breaking News
Home / କ୍ରୀଡ଼ା / ପାରାଦୀପ ଇଫକୋ ପକ୍ଷରୁ କର୍ପୋରେଟ୍ ସ୍ତରୀୟ କିକ୍ରେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ପାରାଦୀପ ଇଫକୋ ପକ୍ଷରୁ କର୍ପୋରେଟ୍ ସ୍ତରୀୟ କିକ୍ରେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ପାରାଦୀପ ୧୧/୦୨/୨୦୨୧ (ଓଡ଼ିଶା ସମାଚାର)- ସାରା ଭାରତ ବର୍ଷରେ ଖ୍ୟାତି ଅର୍ଜନ କରିଥିବା ଇଫକୋ ସାରକାରଖାନା ପାରାଦୀପ ୟୁନିଟ୍ ପକ୍ଷରୁ ତିନି ଦିନିଆ କର୍ପୋରେଟ୍ ସ୍ତରୀୟ କିକ୍ରେଟ ଟୁର୍ଣ୍ଣାମେଂଟ ଗୁରୁବାର ଇଫକୋ ପରିସରରେ ଉଦଘାଟିତ ହୋଇଯାଇଛି । ଇଫକୋ ପାରାଦୀପ ୟୁନିଟ୍ କାର୍ଯ୍ୟବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ । ଉଦଘାଟନୀ ପ୍ରଥମ ମ୍ୟାଚ୍ ପିପିଏଲ୍ ସହିତ ଏଏମଏନଏସ୍ ଇଣ୍ଡିଆ(ପୂର୍ବର ଏସଆର୍ ଷ୍ଟିଲ୍) ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଆୟୋଜକ ଇଫକୋ ସହିତ ପାରାଦୀପ କୋଷ୍ଟଗାର୍ଡ ମଧ୍ୟରେ ଖେଳା ଯାଇଥିଲା । ଇଫକୋର ସମସ୍ତ ଅଧିକାରୀ, କର୍ମଚାରୀ ସଂଘର ସଭାପତି, ସାଧାରଣ ସଂପାଦକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ । ଏହି ଟୁର୍ଣ୍ଣାମେଂଟ ଫେବୃଆରୀ ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା ସମାଚାର

Leave a Reply

Your email address will not be published.