Tuesday , March 21 2023
Breaking News
Home / Uncategorized / ପଞ୍ଚାୟତ ହାତକୁଗଲା ଶୌଚାଳୟ

ପଞ୍ଚାୟତ ହାତକୁଗଲା ଶୌଚାଳୟ

ସାଲେପୁର,୧୧/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ପୁରୁଣା ବସଷ୍ଟାଣ୍ଡ ୧୯୯୭ମସିହାରୁ ସୁଲଭ ଏଣ୍ଟରନ୍ୟାସନଲ ପକ୍ଷରୁ ଶୌଚାଳୟ ପ୍ରତିଷ୍ଠା କରାଯାଇଥିଲା।ଲକ୍ଷାଧିକ ଟଙ୍କା ବିଦ୍ୟୁତବିଲ ବକେୟା ଥିବାରୁ ଦୀର୍ଘଦିନଧରି ତାହା ବନ୍ଦ ରହିଥିଲା। ଫଳରେ ସ୍ଥାନୀୟ ଲୋକେ ତଥା ବାହାରୁ ଯାତାୟତ କରୁଥିବା ଯାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଚନ୍ଦ୍ରାଦେଇ ପୁର ପଞ୍ଚାୟତ ସରପଞ୍ଚ ଅନିଲ କୁମାର ଦାସ ଏହି ଶୌଚାଳୟ କୁ ପଞ୍ଚାୟତ କୁ ହସ୍ତାନ୍ତର ପାଇଁ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଥିଲେ। ସୁଲଭ ଏଣ୍ଟରନ୍ୟାସନାଲ ର ଅଧିକାରୀ ଶୌଚାଳୟର ସ୍ଥିତି ଦେଖିବା ପରେ ପଞ୍ଚାୟତ କୁ ହସ୍ତାନ୍ତର କରିଥିବା ନେଇ ସରପଞ୍ଚ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.