Thursday , March 23 2023
Home / କ୍ରୀଡ଼ା / ଜୁନିୟର ଇଂଟର କ୍ଲବ କିକ୍ରେଟ ଟୁର୍ଣ୍ଣାମେଂଟ

ଜୁନିୟର ଇଂଟର କ୍ଲବ କିକ୍ରେଟ ଟୁର୍ଣ୍ଣାମେଂଟ

ପାରାଦୀପ ୧୧/୦୨/୨୦୨୧ (ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କିକ୍ରେଟ ଆସୋସିଏସନ୍ ଦ୍ୱାରା ହେବାକୁ ଥିବା ଜୁନିୟର କିକ୍ରେଟ କ୍ଲବ ଟୁର୍ଣ୍ଣାମେଂଟ ପାରାଦୀପ ପୋର୍ଟ କିକ୍ରେଟ ଜିଲ୍ଲା ଦ୍ୱାରା ଫେବୃଆରୀ ଶେଷ ସପ୍ତାହରେ ଆୟୋଜନ ହେବ । ପାରାଦୀପ ମୁନିସିପାଲିଟି ଅନ୍ତର୍ଭୁକ୍ତ ଇଚ୍ଛୁକ କ୍ଲବ ମାନେ ଫେବୃଆରୀ ୧୬ତାରିଖ ପୂର୍ବରୁ ଗୋପବନ୍ଧୁ କି୍ରଡା ସଂସଦ କାର୍ଯ୍ୟାଳୟରେ ଦଳର ନାମ ଓ ୧୫ଜଣ ଖେଳାଳୀଙ୍କ ନାମ ପଞ୍ଜିକୃତ କରାଇବେ । ଏଥିସହ ଖେଳାଳୀଙ୍କ ନାମ, ଜନ୍ମ ତାରିଖ, ସ୍ଥାନୀୟ ଠିକଣା ଓ ଆଧାର କାର୍ଡ ଦେବାକୁ ପଡିବ । ଚଳିତ ବର୍ଷ ଏକ ନୂତନ ଢଙ୍ଗରେ କିକ୍ରେଟ ଖେଳ ଅନୁଷ୍ଠିତ ହେବାକୁ ଯାଉଛି । ଗୋଟିଏ ଦଳରେ ୧୬ବର୍ଷରୁ କମ୍ ୧୦ଜଣ, ୧୪ବର୍ଷରୁ କମ୍ ୫ଜଣ ଖେଳାଳୀ ରହିବେ ଏବଂ ଖେଳୁଥିବା ୧୧ଜଣିଆ ଦଳରେ ୧୬ବର୍ଷରୁ କମ୍ ୭ଜଣ, ୧୪ବର୍ଷରୁ କମ୍ ୪ଜଣ ଖେଳାଳୀ ରହିବା ବାଧ୍ୟତା ମୂଳକ ହେବ । ୧୪ବର୍ଷରୁ କମ୍ ଖେଳାଳୀ ୦୧/୦୯/୨୦୦୭ ପରେ ଜନ୍ମ ହୋଇଥିବେ ଓ ୭ମ ଶ୍ରେଣୀ ପାସ କରିଥିବେ ଏବଂ ୧୬ବର୍ଷରୁ କମ୍ ଖେଳାଳୀ ୦୧/୦୯/୨୦୦୫ ପରେ ଜନ୍ମ ହୋଇଥିବା ଆବଶ୍ୟକ । ଯୋଗାଯୋଗ ପାଇଁ ପାରାଦୀପ ବନ୍ଦରର କି୍ରଡା ଉପଦେଷ୍ଟା ରବିନ୍ଦ୍ର କୁମାର ଦାସଙ୍କୁ ଫୋନ୍ ନଂ- ୯୪୩୭୩୧୭୧୩୩ରେ ସମ୍ପର୍କ କରିପାରିବେ ବୋଲି ପାରାଦୀପ କିକ୍ରେଟ ଜିଲ୍ଲା ପକ୍ଷରୁ ପ୍ରକାଶ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.