Thursday , March 23 2023
Home / କ୍ରୀଡ଼ା / ଗ୍ରାମାଂଚଳ କ୍ରିକେଟ୍ : ପୁରୁଷୋତମପୁର ଚମ୍ପିଆନ୍ 

ଗ୍ରାମାଂଚଳ କ୍ରିକେଟ୍ : ପୁରୁଷୋତମପୁର ଚମ୍ପିଆନ୍ 

ଗରଦପୁର, ୧୧/୦୨/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ଠାରେ ଆୟୋଜିତ ଗ୍ରାମାଂଚଳ କ୍ରିକେଟ୍ ଟୁର୍ଣ୍ଣାମେଂଟ  ରେ କେନ୍ଦ୍ରାପଡ଼ାର ପୁରୁଷୋତମପୁର କ୍ରିକେଟ କ୍ଲବ୍ ବିଜୟୀ ହୋଇ ଚମ୍ପିଆନ ଟ୍ରଫି ହାସଲ କରିଛି । ମା ପିତାମ୍ବରୀ କ୍ରିକେଟ ଟୁର୍ଣ୍ଣାମେଂଟ ରେ ପାଖଡ଼ ପଂଚାୟତ ମେଳକ ଠାରେ ଆଜି ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ରେ କେନ୍ଦ୍ରାପଡ଼ା ପୁରୁଷୋତମପୁର କ୍ରିକେଟ କ୍ଲବ୍ ସ୍ଥାନୀୟ ବରହମପୁର କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ କେନ୍ଦ୍ରାପଡ଼ା ପୁରୁଷୋତମପୁର କ୍ରିକେଟ କ୍ଲବ୍ ବିଜୟୀ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ଜିଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେସ ଦାସ , ପାଖଡ଼ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା,ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି ପ୍ରମୁଖ ଯୋଗଦେଇ ବିଜୟୀ ପୁରୁଷୋତମପୁର କ୍ରିକେଟ କ୍ଲବ କୁ ଟ୍ରଫି ସହିତ ନଗଦ ଅର୍ଥ ପ୍ରଦାନ କରିଥିଲେ ।  ସେହିପରି ବରହମପୁର କ୍ରିକେଟ ଟିମ କୁ ରନର୍ସ ଅପ୍ କପ୍ ଓ ନଗଦ ଅର୍ଥ ପ୍ରଦାନ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.