Saturday , March 25 2023
Breaking News
Home / ବ୍ୟବସାୟ ବାଣିଜ୍ୟ / କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଦ୍ୱାରା ସଂସଦରେ ବୃହତ ବନ୍ଦର ପ୍ରାଧୀକରଣ ବିଲ୍-୨୦୨୦ ଅନୁମୋଦିତ

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଦ୍ୱାରା ସଂସଦରେ ବୃହତ ବନ୍ଦର ପ୍ରାଧୀକରଣ ବିଲ୍-୨୦୨୦ ଅନୁମୋଦିତ

ପାରାଦୀପ ୧୧/୦୨/୨୦୨୧ (ଓଡ଼ିଶା ସମାଚାର)- ସଫଳ ବିଶ୍ୱସ୍ତରୀୟ ଅଭ୍ୟାସ ସହିତ ଶାସନ ବ୍ୟବସ୍ଥାରେ ପରିବର୍ତନ ଆଣିବା ସକାଶେ ଉଦ୍ଧିଷ୍ଟ ବୃହତ ବନ୍ଦର ପ୍ରାଧୀକରଣ ବିଲ୍-୨୦୨୦ ବୁଧବାର ସଂସଦରେ ଅନୁମୋଦନ ଲାଭ କରିଛି । ରାଜ୍ୟ ସଭାରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ସ୍ୱାଧିନ ରାଷ୍ଟ୍ରମନ୍ତ୍ରୀ ମନ୍ସୁଖ ମାଣ୍ଡଭ୍ୟା ଏହି ବିଲ୍ ଉପସ୍ଥାପନ କରିଥିଲେ । ରାଜ୍ୟସଭାରେ ଏହା ଅନୁମୋଦନ ଲାଭ କରି ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପଠାଯିବ । ବନ୍ଦର ଭିତିଭୂମୀକୁ ସଂପ୍ରସାଣ କରିବା, ବାଣିଜ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା, ବନ୍ଦର ନିଷ୍ପତି ଗ୍ରହଣ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରିବା ତଥା ପରିଚାଳନାରେ ବୃତିଗତତାକୁ ଅନ୍ତଃର୍ଭୁକ୍ତ କରିବାର ଏହି ବ୍ୟବସ୍ଥାରେ ଲକ୍ଷ୍ୟ ରହିଛି । ବୃହତ ବନ୍ଦର ଗୁଡିକର କାର୍ଯ୍ୟରେ ଏହି ବ୍ୟବସ୍ଥା ଦ୍ୱାରା ସ୍ୱଚ୍ଛତା ଆସିପାରିବ । ବିଲ୍ ର ମୁଖ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଏହି ଅଧିନିୟମରେ ପୁରୁଣା ବିଭାଗ ଗୁଡିକୁ ହଟାଯାଇ ଏହା ୧୩୪ରୁ ୭୬ କରାଯାଇଛି । ବନ୍ଦର ବୋର୍ଡରେ ଅନ୍ୟ ଆଗ୍ରହର ପ୍ରତିନିଧିତ୍ୱ ୧୭ରୁ ୧୯ ରହୁଥିବା ବେଳେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ୧୧ରୁ ୧୩ ସଦସ୍ୟରହିବେ । ଏକ ଛୋଟ ବୋର୍ଡରେ ବୃତିଗତ ସ୍ୱାଧୀନ ସଦସ୍ୟଙ୍କ ସଂଖ୍ୟା ରହିବା ଯୋଗୁଁ ବନ୍ଦରର ଯୋଜନା ରଣନୀତି ସୁଗମ ହେବ । ବୃହତ ବନ୍ଦର ରହୁଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି, ରେଳ, ପ୍ରତିରକ୍ଷା, ବହିଃଶୁଳ୍କ ଓ ରାଜସ୍ୱ ବିଭାଗ ସଦସ୍ୟ ମାନେ ବନ୍ଦର ଟ୍ରଷ୍ଟବୋର୍ଡର ସଦସ୍ୟ ରହିବେ । ଏହାଛଡା ରାଜ୍ୟ ସରକାରଙ୍କ ମନୋନୀତ ସଦସ୍ୟ ତଥା କର୍ମଚାରୀଙ୍କ ପ୍ରତିନିଧି ମଧ୍ୟ ବୋର୍ଡର ସଦସ୍ୟ ରହିବେ । ବନ୍ଦର କର୍ତୃପକ୍ଷଙ୍କୁ ବର୍ତମାନ ଶୁଳ୍କ ନିର୍ଦ୍ଧାରଣର କ୍ଷମତା ଦିଆଯାଇଛି । ଯାହାଙ୍କ ସରକାରୀ, ଘରୋଇ, ସହଭାଗିତା ପ୍ରକଳ୍ପ ପାଇଁ ଟେଣ୍ଡର ଉଦ୍ଧେଶ୍ୟରେ ଏକ ରେଫରେନ୍ସ ଭାବେ କାର୍ଯ୍ୟ କରିବ । ପ୍ରମୁଖ ବନ୍ଦର ଗୁଡିକ ପାଇଁ ପୁର୍ବ ଟିଏଏମପି ର ଅବଶିଷ୍ଟ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା, ବନ୍ଦର ଏବଂ ପିପିପି କନ୍ସେସନାରୀଙ୍କ ମଧ୍ୟରେ ବିବାଦ ଦେଖିବା, ଚାପଗ୍ରସ୍ତ ପିପିପି ପ୍ରକଳ୍ପର ସମିକ୍ଷା କରିବା ଓ ସମିକ୍ଷା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେବା ପାଇଁ ଏକ ଆଡଜିକୁ୍ୟଟିଭ୍ ବୋର୍ଡ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହିପରି ପ୍ରକଳ୍ପ ଗୁଡିକୁ ପୁନଃର୍ଜୀବିତ ଏବଂ ବନ୍ଦର ଗୁଡିକ ମଧ୍ୟରେ କାର୍ଯ୍ୟ କରୁଥିବା ବନ୍ଦର ଓ ବେସରକାରୀ ଅପରେଟର ମାନଙ୍କ ଦ୍ୱାରା ପ୍ରଦ ସେବା ସମ୍ବନ୍ଧୀୟ ଅଭିଯୋଗ ଗୁଡିକୁ ଦେଖିବା । ଚୁକ୍ତିନାମା, ଯୋଜନା ଏବଂ ବିକାଶ, ଶୁଳ୍କର ଫିକ୍ସିଂ, ନିଷ୍କ୍ରିୟତା ଏବଂ ପୋର୍ଟ ଅଥରିଟି ବୋର୍ଡକୁ ସମ୍ପୁର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି । ବର୍ତମାନର ଏମପିଟି ଅଧିନିୟମ ୧୯୬୩ରେ ୨୨ଟି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ ଥିଲା । ପ୍ରତ୍ୟେକ ବୃହତ ବନ୍ଦରର ବୋର୍ଡ ଯେକୌଣସି ବିକାଶ କିମ୍ବା ଭିତିଭୂମୀ ସମ୍ବନ୍ଧରେ ନିର୍ଦ୍ଧିଷ୍ଟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିପାରିବେ । ବନ୍ଦର କର୍ତୃପକ୍ଷଙ୍କ ସିଏସଆର ଏବଂ ଭିତିଭୂମୀ ବିକାଶର ବ୍ୟବସ୍ଥା କରାଯାଇଛି । ପ୍ରମୁଖ ବନ୍ଦର କର୍ମଚାରୀଙ୍କ ପେନସନଭୋଗୀ ସୁବିଧା ସହିତ ଦରମା, ଭତା ଏବଂ ସେବା ଅବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବାର ପାରାଦୀପ ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।   ଓଡ଼ିଶା ସମାଚାର

Leave a Reply

Your email address will not be published.