Tuesday , March 28 2023
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପରିବେଶ ସଚେତନତା ଶିବିର

କେନ୍ଦ୍ରାପଡା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପରିବେଶ ସଚେତନତା ଶିବିର

କେନ୍ଦ୍ରାପଡା,୧୧/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ୟୁଜିସି ସଂପ୍ରସାରଣ କାର୍ଯ୍ୟକ୍ରମ ଭାବରେ ଏକ ପରିବେଶ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ କଲେଜ ପରିସରରେ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଶୁଭଉଦଘାଟନ କରିଥିଲେ ।  ପରେ ଶୋଭାଯାତ୍ରା ସ୍ଥାନୀୟ କଜଳା ଗ୍ରାମ ପରିକ୍ରମା କରି  ଗ୍ରାମର ବିଭିନ୍ନ ସ୍ଥାନରେ ବ୍ଲିଚିଂ ସିଚଂନ କରିବା ସହ ମାସ୍କ ଓ ସାନିଟାଇଜର ବଂଟନ ସହ ସ୍ଥାନୀୟ ଲୋକମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ  । କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ନମିତା ପାତ୍ର ଶୋଭାଯାତ୍ରାର ପରିଚାଳନା କରିଥିଲେ । ବିଭାଗର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ମାୟା ପ୍ରସନ୍ନ ତ୍ରିପାଠୀ, ଡଃ. ଗୈାତମ ଚରଣ ଦାସ, ମୋନାଲିସା ସିଂ, ହିମାଂଶୁ ଶେଖର ମହାପାତ୍ର, କାନନ ବିହାରୀ ସାହୁଙ୍କ ସମେତ ବିଭାଗର କର୍ମଚାରୀ ଏବଂ +୩ ସମ୍ମାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.