Wednesday , March 29 2023
Home / ବିଶେଷ / ଉତ୍ସର୍ଗୀକୃତ ସେବା ମନୋଭାବ ସୁସ୍ଥ ସମାଜ ଗଠନର ସହାୟକ

ଉତ୍ସର୍ଗୀକୃତ ସେବା ମନୋଭାବ ସୁସ୍ଥ ସମାଜ ଗଠନର ସହାୟକ

ନିରାକାରପୁର ୧୧/୦୨/୨୦୨୧ (ଓଡ଼ିଶା ସମାଚାର)- କବି ପ୍ରସନ୍ନ ପାଟ୍ଟଶାଣୀ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଳିପଡା ଠାରେ ସଙ୍କୁଳସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିର ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାର ଉପ-ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଯୋଗଦେଇ ପତାକା ଉତୋଳନ କରି ଆନୁଷ୍ଠାନିକ ଶୁଭ ଉଦଘାଟନ କରିଥିଲେ । ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଲକ୍ଷ୍ମୀପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଯୁବ ରେଡକ୍ରସ ଆବାହକ ସୁବୋଧ କୁମାର ଜଗଦ୍ଧେବ ଏବଂ କଲେଜର ପୂର୍ବତନ ପରିଚାଳନା ସଭାପତି ବିଶିଷ୍ଟ ସମାଜସେବୀ ଦୁଃଶାସନ ଗୁମାନସିଂହ ଭିନ୍ନତମ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ନିଜର ବ୍ୟକ୍ତିତ୍ୱ ବିକାଶ କରିବା ପାଇଁ ଉସôାହିତ କରିଥିଲେ । ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି ମୁଖ୍ୟଅତିଥି ମତପୋଷଣ କରିଥିଲେ । +୩ ଯୁବ ରେଡକ୍ରସର ଉପଦେଷ୍ଠା ଅବକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ମଂଚ ସଂଚାଳନ କରିଥିଲେ +୨ ଯୁବ ରେଡକ୍ରସର ଉପଦେଷ୍ଠା ପ୍ରାଣେଶ୍ୱର ଜୟସିଂହ । ଉକ୍ତ ଶିବିର ତିନି ଦିନ ଧରି ଚାଲିବ ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ । ପରେ ପରେ ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରେଡକ୍ରସର ଇତିହାସ, ଉଦେଶ୍ୟ ଏବଂ ଏଚ.ଆଇ.ଭି, ଏଡସ୍ ଏବଂ ଯକ୍ଷ୍ମା ରୋଗ ନିରାକରଣ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.