Thursday , March 23 2023
Home / ଶିକ୍ଷା / ହାଜି ସେଖ୍ ସମିର ଉଦ୍ଧିନ୍ ହାଇସ୍କୁଲ ର ‘ମୋ ସ୍କୁଲ ’କମିଟି ଗଠନ

ହାଜି ସେଖ୍ ସମିର ଉଦ୍ଧିନ୍ ହାଇସ୍କୁଲ ର ‘ମୋ ସ୍କୁଲ ’କମିଟି ଗଠନ

ତାରପୁର, ୧୦/୦୨/୨୦୨୧ (ଓଡ଼ିଶା ସମାଚାର)- କୃଷ୍ଣାନନ୍ଦପୁର ପଂଚାୟତସ୍ଥିତ ହାଜି ସେଖ୍ ସମିର ଉଦ୍ଧିନ୍ ହାଇସ୍କୁଲ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରଂଜନ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର, ସେଖ୍ ତସାୱର ହୋସେନ୍,ସେଖ୍ ବସାରତ ଅଲୀ, ରଜେସ ସାହୁ , କିରାଣୀ ବାଦଲ କୁମାର ବେହେରା ଏବଂ ବିଦ୍ୟାଳୟର ପୁରାତନ ଛାତ୍ର ମହମ୍ମଦ ଅବଦୁଲ ସହିଦ, ମିର ମହମ୍ମଦ କଲିମ , ରବିନ୍ଦ୍ର ନାଥ ସାହୁ, ମିରଜା ମୋଜାକିର ବେଗ୍ ,ମିରଜା ସମସୁଦ୍ଧିନ୍ ବେଗ୍ ,ମହମ୍ମଦ ଆଜାଦ ଅହମ୍ମଦ ,ସେଖ୍ ନିୟାଜ ଉଦ୍ଧିନ୍ ,ସେଖ୍ ସଲାହ ଉଦ୍ଧିନ୍ ,ସେଖ୍ ସଲିମ ବକ୍ସ ,ସରୋଜ କୁମାର ସେଠୀ, ସେଖ୍ ଆବାସ ଉଦ୍ଧିନ୍ ,ରବିନ୍ଦ୍ର ନାଥ ଖଟୁଆ, ମହମ୍ମଦ ନସିମ୍ ,ସେଖ୍ ମାଲିକ୍ ଅଲୀ,ସେଖ୍ ସାଦିଖ୍ ଅଲୀ,ସେଖ୍ ମୋଜେଫର ଅଲୀ,ସେଖ୍ ମୋଜାହିଦ୍ ଅଲୀ,ସେଖ୍ ଅବଦୁଲ ୱାହିଦ୍ ,ସେଖ୍ ରମଜାନ୍ ଅଲୀ, ସେଖ୍ ଅବଦୁଲ ଭଟୁ ପ୍ରମୁଖ ଙ୍କ ସମେତ ଅନ୍ୟ ପୁରାତନ ଛାତ୍ରମାନେ ଯୋଗ ଦେଇଥିଲେ । ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଓଡ଼ିଶା ସରକାରଙ୍କ “ ମୋ ସ୍କୁଲ ” ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରି ଏହାର ଗଠନ ଓ ଆଭିମୁଖ୍ୟ ସମ୍ପର୍କରେ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କୁ ଅବଗତ କରିଥିଲେ । ସିଆରସିସି ମିର ଅବଦୁଲ ଭଟୁ “ ମୋ ସ୍କୁଲ ” ଯୋଜନାରେ ବିଦ୍ୟାଳୟରେ କିପରି ଭିତିଭୂମିର ଉନ୍ନତି କରାଯାଇ ପାରୁଛି , ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଆଲୋଚନା କରାଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଙ୍କ ପରାମର୍ଶ କ୍ରମେ ସର୍ବ ସମ୍ମତି କ୍ରମେ “ ମୋ ସ୍କୁଲ ” କାର୍ଯ୍ୟକ୍ରମ ର ଏକ କମିଟି ଗଠନ କରାଯାଇଥିଲା । ମହମ୍ମଦ ଆଜାଦ ଅହମ୍ମଦ , କବୀର ମୋହନ ସେଠୀ, ଗୋଲକ ନାରାୟଣ ଜେନା, ମହମ୍ମଦ ଅବଦୁଲ ୱାହିଦ୍ ଓ ସେଖ୍ ୟାକୁବ ଅଲୀ ଙ୍କୁ ନେଇ ଏକ ପରାମର୍ଶ ଦାତା ମଣ୍ଡଳୀ ଗଠନ କରାଯାଇଥିବାବେଳେ କମିଟି ର ସଭାପତି ଭାବେ ସର୍ବ ସମ୍ମତି କ୍ରମେ ମିର ମହମ୍ମଦ କଲିମ ଙ୍କୁ ମନୋନୀତ କରାଯାଇଥିବାବେଳେ ମିରଜା ସମସୁଦ୍ଧିନ୍ ବେଗ୍ ଓ ସରୋଜ କୁମାର ସେଠୀ ଉପସଭାପତି , ରବିନ୍ଦ୍ର ନାଥ ସାହୁ ସାଧାରଣ ସମ୍ପାଦକ, ସେଖ୍ ନିୟାଜ ଉଦ୍ଧିନ୍ ଯୁଗ୍ମ ସମ୍ପାଦକ, ସେଖ୍ ସଲିମ୍ ବଖସ୍ ସହ ସମ୍ପାଦକ, ମିରଜା ମୋଜାକିର ବେଗ୍ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏଥି ସହିତ ରବିନ୍ଦ୍ର ନାଥ ଖଟୁଆ, ସେଖ୍ ଆବାସ ଉଦ୍ଧିନ୍ ଓ ସୟଦ ଅବଦୁଲ ସହିଦ ଙ୍କୁ କମିଟିର ସକ୍ରୀୟ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ବିଦ୍ୟାଳୟ ପରିସରରେ ଉଦ୍ୟାନ ନିର୍ମାଣ, ଶ୍ରେଣୀଗୃହ ନିର୍ମାଣ , ଶିକ୍ଷକ ଓ ରାତ୍ରୀ ଜଗୁଆଳି ସ୍ଥାନ ପୁରଣ , ପୂର୍ଣ୍ଣ ଛାତ୍ର ଉପସ୍ଥାନ ପାଇଁ ଉଦ୍ୟମ ଓ ଅତିଥି ଶିକ୍ଷକ ନିଯୁକ୍ତି ସମ୍ପର୍କରେ ଆଲୋଚନା କରାଯାଇ ଅଗ୍ରାଧିକାର ଭିତିରେ ପଦକ୍ଷେପ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ରବିନ୍ଦ୍ର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.