ରାଉରକେଲା ୧୦/୦୨/୨୦୨୧ (ଓଡ଼ିଶା ସମାଚାର)- ରାଉରକେଲା ସହରର ବସେରା ହୋଟେଲର ମାଲିକ ସଜନ ମିତ୍ତଲ ଙ୍କୁ ହତ୍ୟା କରାଯାଇଛି। ରାଉରକେଲା ଡିଲକ୍ସ ହୋଟେଲ ଲେନ୍ ରେ ଏହି ଘଟଣା ଘଟିଛି । ଖବର ଅନୁଯାୟୀ, ରାଉରକେଲା ସହରର ବସେରା ହୋଟେଲର ମାଲିକ ସଜନ ମିତ୍ତଲ ସବୁଦିନ ପରି କାମ ସାରି ଘରକୁ ଫେରୁଥିଲା । କିନ୍ତୁ ପୂର୍ବରୁ ଘର ସାମ୍ନାରେ ଜଗି ରହିଥିବା ଦୁର୍ବୃତ୍ତଙ୍କ ଆକ୍ରମଣ ରେ ସଜ୍ଜନ ସେଠାରେ ଲହୁ ଲୁହାଣ ହୋଇ ପଡିଯାଇଥିଲେ । ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଆଇଜିଏଚ୍ ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ଲାଣ୍ଟସାଇଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସଜ୍ଜନ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ବ୍ୟବସାୟିକ କାରଣ ରୁ ପୂର୍ବ ଶତ୍ରୁତା ରୁ ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର