Thursday , March 23 2023
Home / ବିଶେଷ / ଦୃଷ୍ଟି ଶକ୍ତି ହରାଇଥିଲେ ହେଁ ସଙ୍ଗୀତକୁ ପେଷାକରି ବଞ୍ଚିଛନ୍ତି ସମସେର ଚାଚା

ଦୃଷ୍ଟି ଶକ୍ତି ହରାଇଥିଲେ ହେଁ ସଙ୍ଗୀତକୁ ପେଷାକରି ବଞ୍ଚିଛନ୍ତି ସମସେର ଚାଚା

କିଶନନଗର,୧୦/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମୁସଲମାନ ସମ୍ପ୍ରଦାୟର ହୋଇମଧ୍ୟ ଜଗତରନାଥ ଜଗନ୍ନାଥ ଙ୍କ ଭଜନ  ଓ ଜଣାଣ ତାଙ୍କ କଣ୍ଠରୁ ସଦାସର୍ବଦା ଝଙ୍କୃତ ହୋଉଥାଏ। ଦୃଷ୍ଟି ଶକ୍ତି ହରାଇ ଥିଲେ ହେଁ ତାଙ୍କୁ ଯେପରି ବାଟ କଢେଇ ନେଉଛି ସଙ୍ଗୀତକଳା ର ଅଦମ୍ୟ ପିପାସା। ଅଭାବ ଅନାଟନ ମଧ୍ୟରେ ଥାଇ ମଧ୍ୟ ସେ ଏହା କୁ ପେଶାକରି ଜୀବିକା ନିଵାହ ର ସ୍ୱପ୍ନ ଦେଖି ଆସିଛନ୍ତି। ମାତ୍ର କରୋନା ର କରୋଡା ମାଡ ରେ ପାଖାପାଖି ୧୦ ମାସହେବ ରୋଜଗାର ହରାଇ ଦୁର୍ଦ୍ଦିନରେ ଦିନକାଟୁ ଥିବା ପ୍ରକାଶ କରିଛନ୍ତି। କଟକ ଜିଲ୍ଲା କିଶନନଗର ଥାନା ପ୍ରହରାଜପୁର ଗାଁ ର ସମସେର ଚାଚା ଓରଫ ଅବଦୁଲ  ସମଦ ନିଜାମି। ଘରେ ତାଙ୍କର ତିନିପୁଅ ଗୋଟିଏ ଝିଅ ଓ ପତ୍ନୀ। ଇଶାଣୀ ବରହମପୁର ର ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଙ୍କ ସହଯୋଗ ପାଇ ସଙ୍ଗୀତ କୁ ଆଗକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ରେ ଭାଗନେଇ ସେଥିରୁ ଉପାର୍ଜିତ ଅର୍ଥ ରେ ପରିବାର ପ୍ରତିପୋଷଣ ଦୁରୁହ ପ୍ରୟାସ କରିଛନ୍ତି ଏଯାବତ। ଜଣେ ଭିନ୍ନକ୍ଷମ ହୋଇମଧ୍ୟ କେତେକ ସରକାରୀ ଯୋଜନା ରୁ ବଞ୍ଚିତ ହେଉଥିବା ନେଇ ବେଦନା ଜର୍ଜରିତ କଣ୍ଠରେ ପ୍ରକାଶ କରିଛନ୍ତି।ଭଙ୍ଗା ଦଦରା ପୁରୁଣା ଚାଳଘରେ ପଡିରହିଥିବା ସେ କହିଛନ୍ତି । ପିଲାଦିନୁ ଦୃଷ୍ଟିଶକ୍ତି ହରାଇ ଥିଲେ ହେଁ ବହୁ ପ୍ରତିଷ୍ଠିତ କଳାକାର ଓ ସଙ୍ଗୀତ ଅନୁଷ୍ଠାନ ରୁ ସଙ୍ଗୀତ ଶିକ୍ଷାଲାଭ କରିଛନ୍ତି। ଖାଲି ସେତିକି ନୁହେଁ ସେମଧ୍ୟ ରେଡ଼ିଓ ଆଦିସଜାଡ଼ି ପାରନ୍ତି ବୋଲି କହିଛନ୍ତି। ତାଙ୍କୁ ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ସମସେର  । ଓଡିଶା ସମାଚାର

Leave a Reply

Your email address will not be published.