ଭୁବନେଶ୍ୱର, ୧୦ଫେବୃୟାରୀ, ୨୦୨୧(ଓଡ଼ିଶା ସମାଚାର) : ଭାରତର ଅଗ୍ରଣୀ ମ୍ୟାନେଜମେଂଟ ସ୍କୁଲ କୋଲକାତା ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜମେଂଟ(ଆଇଆଇଏମ୍) ପକ୍ଷରୁ ହୁ୍ୟଜ ଗ୍ଲୋବାଲ ଏଜୁକେଶନ ଏଡ୍ ଲିପ୍ ଶିକ୍ଷାଦାନ ଆରମ୍ଭ କରାଯିବ । ହୁ୍ୟଜ ଗ୍ଲୋବାଲ ଏଜୁକେଶନ ଅନ୍ ଲାଇନ୍ କ୍ଲାସ୍ ରୁମ୍ ଟିଚିଂ ସହିତ ଶ୍ରେଷ୍ଠ ନବୀନତମ ଲର୍ଣ୍ଣର୍ର୍ିଂ ଟେକ୍ନୋଲୋଜି ପ୍ରଦାନ କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛି । ଏହା ମାଧ୍ୟମରେ ଶିକ୍ଷକ ଏବଂ ଶିକ୍ଷାବିତ୍ ଙ୍କୁ ଆବଶ୍ୟକ ଲିଡରଶିପ୍ ଶିକ୍ଷା ପୋଷ୍ଟ ଗ୍ରାଜୁଏଟ୍ ସାର୍ଟିଫିକେଶନ ପ୍ରୋଗ୍ରାମ୍ ପ୍ରଦାନ କରାଯିବ । ଏହା ସ୍କୁଲ ଲିଡର, ଏକାଡେମିସିଆନ୍ ଏବଂ ଉଦ୍ୟୋଗପତିଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହା ଡାଇରେକ୍ଟ-ଟୁ-ଡାଇରେକ୍ଟ(ଡି-୨-ଡି) ମୋଡ ଲର୍ଣ୍ଣିଂ ପ୍ଲାଟଫର୍ମରେ ଯୋଗାଇ ଦିଆଯିବ । ଏହାଦ୍ୱାରା ଲର୍ଣ୍ଣର ଯେ କୌଣସି ସ୍ଥାନରେ ବିନା ଅସୁବିଧାରେ ସହଜରେ ଅନ ଲାଇନ୍ ଶିକ୍ଷା ଲାଇଭ୍ ଇଂଟ୍ରାକଶନ୍ ଦ୍ୱାରା ଚିନ୍ତାମୁକ୍ତ ଭାବେ ହାସଲ କରିପାରିବେ ।
ଏହି ନୂଆ ପାଠ୍ୟକ୍ରମ ଘୋଷଣା ସମ୍ପର୍କରେ ପ୍ରଫେସର ବିପୁଲ ମାଥୁର ଏବଂ ପ୍ରଫେସର ପ୍ରଜ୍ଞା ରଥ କହିଲେ, ହୁ୍ୟଜ ଗ୍ଲୋବାଲ ଏଜୁକେଶନ ସହିତ ମିଳିତ ହୋଇଥିବାରୁ ଆମେ ବେଶ୍ ଉତ୍ସାହିତ । ଏହା ଏକ ପ୍ରକାର ଏଜୁକେଶନ ଲିଡରଶିପ୍ ପାଠ୍ୟକ୍ରମ । ଏହା ତାଲିମ୍ ପ୍ରଦାନକାରୀ ସ୍କୁଲର ଲିଡରଙ୍କୁ କଟିଂ-ଏଡଜ୍ ମ୍ୟାନେଜମେଂଟ ଏବଂ ଲିଡରଶିପ୍ ଦକ୍ଷତା ପରିପ୍ରକାଶ କରାଇବ । ଏହାଦ୍ୱାରା ନୂତନ ପିଢ଼ିର ଶିକ୍ଷାବିତ୍ ଏବଂ ଏକାଡେମିକ୍ ଲିଡରଙ୍କ ଦକ୍ଷତା ବିକାଶ ସହଜ ହୋଇ ପାରିବ ।
ଏହି ଅବସରରେ ହୁ୍ୟଜ ଗ୍ଲୋବାଲ ଏଜୁକେଶନର ବରିଷ୍ଠ ନିର୍ଦ୍ଧେଶକ ଅନୁରାଗ ବଂଶଲ କହିଲେ, ଆମେ ଆଇଆଇଏମ୍ କୋଲକାତା ସହିତ ମିଳିତ ହୋଇଥିବାରୁ ବେଶ୍ ଉତ୍ସାହିତ । ଏହାଦ୍ୱାରା ଶିକ୍ଷକ ଏବଂ ଏକାଡେମିକ୍ ପେଶାଦାରଙ୍କୁ ଆଡଭାନ୍ସଡ୍ ଲିଡରଶିପ୍ ତାଲିମ୍ ଅନ୍ ଲାଇନ୍ ଡେଲିଭରୀ ମୋଡ୍ରେ ଯୋଗାଇ ଦିଆଯିବ । ଦେଶର ଯେକୌଣସି ସ୍ଥାନରେ ଏହି ଗୁଣବତାଯୁକ୍ତ ସୁବିଧା ଉପଲବ୍ଧ ହୋଇ ପାରିବ । ଭାରତରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଲିଡରଶିପ୍ ଦକ୍ଷତା ଏହାଦ୍ୱାରା ବିକଶିତ ହୋଇ ପାରିବ ।
ଏଥିରେ ଯୋଗଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଲିଡରଶିପ୍ ଥିଓରୀ ଏବଂ ପ୍ରାକ୍ଟିସ୍, ଲିଡରଶିପ୍ ଫାଉଣ୍ଡେଶନ, ଏଜୁକେଶନ ଲିଡରଶିପ୍ ଆଦି ବିଶ୍ୱ ସ୍ତରୀୟ ଶିକ୍ଷା ଯୋଗାଇ ଦିଆଯିବ । ଏହା ସହିତ ସ୍କୁଲ ଟ୍ରାନ୍ସଫରମେଶନ, ବିଲ୍ଡିଂ କାପାସିଟି, କଲଚର, ପ୍ରଫେସନାଲ ଗ୍ରୋଥ୍ ଏବଂ ଡେଭଲପମେଂଟ ସୁଯୋଗ ଆଦି ସମ୍ପର୍କରେ ଉପଯୋଗୀ ତାଲିମ୍ ପ୍ରଦାନ କରାଯିବ ।
ଉତ୍ସାହୀ ଲିଡରଙ୍କ ମଧ୍ୟରେ ଏହି ପାଠ୍ୟକ୍ରମ ଦ୍ୱାରା ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତନ ଏବଂ ବିକାଶ କିପରି କରାଯିବ ସେ ନେଇ ଆବଶ୍ୟକ ତାଲିମ୍ ଯୋଗାଇ ଦିଆଯିବ । ଏଥିରେ ଅନ୍ ଲାଇନ୍ ଲର୍ଣ୍ଣି ଅଧିବେଶନ, କ୍ଲାସ୍ ରୁମ୍ ଲର୍ଣ୍ଣିଂ ଅଭିଜ୍ଞତା ଏବଂ ୪ ଦିନିଆ ଫେସ୍-ଟି-ଫେସ୍ କ୍ୟାମ୍ପସ୍ ମଡୁ୍ୟଲ, ୱାର୍କଶପ୍, ଆଲୋଚନା, ନେଟ୍ୱାର୍କିଂ ଆଦି ସମ୍ପର୍କରେ ତାଲିମ୍ ପ୍ରଦାନ କରାଯିବ ।
ଶିକ୍ଷା କ୍ଷେତ୍ରରେ ସର୍ବନିମ୍ନ ୫ ବର୍ଷ ଧରି କାର୍ଯ୍ୟ କରୁଥିବା ଉଦ୍ୟୋଗୀ, ଏକ୍ସିକୁ୍ୟଟିଭ୍, ନିର୍ଦ୍ଧେଶକ, ପ୍ରଶାସକ ଏଥିରେ ଯୋଗଦେଇପାରିବେ । ସେହିପରି ପ୍ରିନ୍ସପଲ ଏବଂ ବରିଷ୍ଠ ଶିକ୍ଷକଙ୍କ କ୍ଷେତ୍ରରେ ସର୍ବନିମ୍ନ ୧୦ ବର୍ଷର ଅଭିଜ୍ଞତା ରହିଥିବା ଯୋଗ୍ୟତା ମାପଦଣ୍ଡ ରହିଛି । ୟୁଜିସି/ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଯେକୌଣସି ପାଠ୍ୟକ୍ରମର ଗ୍ରାଜୁଏଟ୍(୧୦+୨+୩)ର ଆବଶ୍ୟକତା ମଧ୍ୟ ରହିଛି । ଓଡ଼ିଶା ସମାଚାର