ଭୁବନେଶ୍ୱର, ୧୦/୦୨/୨୦୨୧ (ଓଡ଼ିଶା ସମାଚାର)- ଇଭେଂଟ ଆଣ୍ଡ୍ ଏନ୍ଟରଟେନମେଂଟ ମାନେଜମେଂଟ ଅଫ୍ ଇଣ୍ଡିଆର ସହଭାଗୀତାରେ ଇଭେଂଟ ମ୍ୟାନେଜମେଂଟ ଆସୋସିଏସନ୍ ଅଫ୍ ଓଡ଼ିଶାର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ଇମାଓର ଶୁଭାରମ୍ଭ ସହିତ ଓଡିଶାରେ କିପରି ଇଭେଂଟ ମ୍ୟାନେଜମେଂଟ ସଂସ୍ଥାଗୁଡ଼ିକ ବ୍ୟବସାୟିକ ଭିତିରେ ସମସ୍ତ ପ୍ରକାର ସେବା ଯୋଗାଇଦେବା ସହିତ ଇଭେଂଟ ଜଗତରେ ଉନ୍ନତି ଆଣିପାରିବେ, ତାହା ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ ରହିଛି ।
ଏନେଇ ୨ଟି ବୈଷୟିକ ସତ୍ର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଚେୟାରମ୍ୟାନ୍ ଓ ପରିଚାଳନା ନିର୍ଦ୍ଧେଶକ ଅରୁଣ ବୋଥ୍ରା ଏବଂ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଧେଶକ ସଚିନ୍ ଯାଦବ ଉକ୍ତ ସତ୍ରରେ ଭାଗନେଇଥିବା ପ୍ରତିନିଧିମାନଙ୍କ ସହିତ ବିସ୍ତ୍ରୃତ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ଇମା ସଂଗଠନର ସଭାପତି ରୋଶନ୍ ଆବାସ, କାର୍ଯ୍ୟନିବାହୀ ଉପାଧ୍ୟକ୍ଷ ସମିତ୍ ଗର୍ଗ, ଏଚଆରଏଓ ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସର୍ (ଏଆଇଟିଓ)ର ଚେୟାରମ୍ୟାନ୍ ଜେ. କେ ମହାନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସନ୍ଦୀପ ମିଶ୍ର, ଓଏଫଡ଼ିସି ଚେୟାରମ୍ୟନ୍ ସତ୍ୟବ୍ରତ କୁନା ତ୍ରିପାଠୀ, ସାମ୍ବାଦିକ ପ୍ରସନ୍ନ ପଣ୍ଡା, ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ମେ ଫେୟାର ହୋଟେଲ୍ ଆଣ୍ଡ୍ ରିସୋର୍ଟ ସଭାପତି ଶ୍ରୀଯୁକ୍ତ ମନୋଜ ଗୈାଡ,ÿ କମତ୍ ଗ୍ରୁପ୍ ଅଫ୍ ହୋଟେଲ୍ ସିଇଓ ବିଶାଲ୍ କମତ୍ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର