ସାଲେପୁର,୦୯/୦୨/୨୦୨୦(ଓଡିଶା ସମାଚାର / ଅଭୟଜେନା):କଟକ ଚାନ୍ଦବାଲି ରାସ୍ତାର ସାଲେପୁର ନିକଟସ୍ଥ ଖରାଖିଆ ମୁଖ୍ୟ ରାସ୍ତା ଉପରେ ଏକ ସଡ଼କ ଦୁର୍ଘଟଣାରେ ଚାରିଜଣ ଗୁରୁତର ଆହାତ ହୋଇଛିନ୍ତି। ସମସ୍ତ ଆହାତ ଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ ଏକ ଅଟୋ କଟକରୁ କେନ୍ଦ୍ରାପଡ଼ା ଯାଉଥିବା ବେଳେ ପଛରୁ ଏକ ଟ୍ରକ୍ ଧକା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ଅଟୋ ରେ ଥିବା ୪ ଜଣ ଆହତ ହୋଇଛନ୍ତି । ଓଡ଼ିଶା ସମାଚାର