Monday , March 20 2023
Breaking News
Home / ବିଶେଷ / ରାଜକନିକା ଥାନା ପୋଲିସର ଉଦାସୀନତା ବିରୁଦ୍ଧରେ ଏସପିଙ୍କୁ ଅଭିଯୋଗ

ରାଜକନିକା ଥାନା ପୋଲିସର ଉଦାସୀନତା ବିରୁଦ୍ଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ଅଧିକ ଯୌତୁକ ଦାବିରେ ଏକ ବଧୁହତ୍ୟା ଘଟଣାରେ  ରାଜକନିକା ଥାନା ପୋଲିସର ଉଦାସୀନତା ବିରୁଦ୍ଧରେ ପରିବାର ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ରାଜକନିକା ଥାନା ଅନ୍ତର୍ଗତ ସିକୋ ଗ୍ରାମର କିଶୋର ଚନ୍ଦ୍ର ବେହେରାଙ୍କ ଝିଅ କାଂଚନ ବେହେରା(୨୭)ଙ୍କର  ସେହି ଗ୍ରାମର ଗନ୍ଧର୍ବ ବେହେରାଙ୍କ ପୁଅ ପ୍ରଭାକର ବେହେରା(୩୮)ଙ୍କ ସହିତ ପ୍ରାୟ ୬ବର୍ଷ ତଳେ ବିବାହ ହୋଇଥିଲା । ବିବାହ ସମୟରେ ବରଘରର ଦାବି ମୁତାବକ ସମସ୍ତ ଜିନିଷ ପ୍ରଦାନ କରାଯାଇଥିବା ବେଳେ ଅଧିକ ଗୋଟିଏ ଟିଭି ଓ ଏକଲକ୍ଷ ଟଙ୍କା ଯୌତୁକ ଦାବିରେ ଶାଶୁଘର ଲୋକ କାଂଚନକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିବା ଅଭିଯୋଗ ହୋଇଛି । କାଂଚନର ଏକ ୪ବର୍ଷର ପୁଅ ଓ ଏକବର୍ଷର ଝିଅ ଅଛି । ଗତ ରବିବାର ସକାଳ ପ୍ରାୟ ୬ଟା ସମୟରେ ଝିଅର ସ୍ୱାମୀ ପ୍ରଭାକର ଫୋନ ଯୋଗେ ଜଣାଇଲା ଯେ କାଂଚନ କଟକ ବଡ ଡାକ୍ତରଖାନାରେ ମରିଯାଇଛି । କାଂଚନ ପିତାମାତା ଯାଇ କଟକ ବଡ ଡାକ୍ତରଖାନାରେ ପହଁଚି ଥିଲେବି ତାଙ୍କ ଝିଅ କିମ୍ବା ତା’ର ଶଶୁର ଘରର କାହାରିକୁ ଦେଖିବାକୁ ପାଇନଥିଲେ । ଏନେଇ କାଂଚନର ପିତା ରାଜକନିକା ଥାନାରେ କାଂଚନକୁ ଅଧିକ ଯୌତୁକ ଦାବିରେ ଶାଶୁଘର ଲୋକ ମାରିଦେଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେବି ରାଜକନିକା ଥାନା ପୋଲିସ ସେହି ଅଭିଯୋଗକୁ ନରଖିବା ଓ ବଧୁହତ୍ୟା ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ପ୍ରତିବାଦରେ ମୃତ କାଂଚନର ପିତା ମାତା ଓ ଗ୍ରାମର ମହିଳାମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି ।  ଆରକ୍ଷୀ ଅଧିକ୍ଷକ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜକନିକା ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.