Tuesday , March 28 2023
Home / ସ୍ୱାସ୍ଥ୍ୟ / ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ ଟିମ୍ 

ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ ଟିମ୍ 

ରଘୁନାଥପୁର,୯/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଦର୍ଶନରେ ଆଜି ରାଜ୍ୟ ସରକାରଙ୍କର କାୟାକଳ୍ପ ଟିମ୍ ପହଂଚି ବିଭିନ୍ନ ବିଭାଗର କାର୍ଯ୍ୟ ବୁଲି ଦେଖିଥିଲେ । ବିଶେଷ କରି ଏହି କାୟାକଳ୍ପ ଟିମ୍ ହସପିଟାଲର ସଫେଇ, ପରିସ୍କାର ପରିଛନ୍ନତା, ସାନିଟାଇଜେସନ୍, ବିଲଡିଙ୍ଗ ମେଂଟେନାସ୍, ଇନଫେକସନ, ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା, ବାୟୋ ମେଡିକାଲ ମ୍ୟାନେଜମେଂଟ, ବିଦ୍ୟୁତ କରଣ, ହରବାଲ ଗାଡେନ୍ ମ୍ୟାନେଜମେଂଟ ଆଦି ସମସ୍ତ ବିଭାଗ ବୁଲି ଦେଖିଥିଲେ । ଏହି କାୟାକଳ୍ପ ଟିମ୍ ରେ ଡ. ସଂଗ୍ରାମ କିଶୋର ଦାସ, ଡ. ସମ୍ବିତ କୁମାର ବେହେରା, ବିଜୟ କୁମାର ପଣ୍ଡାଙ୍କ ସହିତ ଜଗତସିଂହପୁର ଡି.ପି.ଏମ୍. ଚକ୍ରଧର ଜେନା ପ୍ରମୁଖ ଆସିଥିଲେ । ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡ. ସୁକାନ୍ତ କୁମାର ଦଳାଇ, ଡ. ପ୍ରଭାସ ଚନ୍ଦ୍ର ସ୍ୱାଇଁ, ଡ. ବିଭାବଶୁ ମଣି, ଡ. ଶୁଭଶ୍ରୀ ସ୍ୱୟଂ ପ୍ରଜ୍ଞା, ଡ. ଅୟସ କାନ୍ତ ମହାନ୍ତି, ପି.ଏଚ୍.ଇ.ଓ ରାନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.