ଭୁବନେଶ୍ୱର, ୦୯/୦୨/୨୦୨୧ (ଓଡ଼ିଶା ସମାଚାର)- ୨୦୨୦ ବର୍ଷଟି ସମସ୍ତଙ୍କ ପାଇଁ ଏକ ଆହ୍ୱାନର ବର୍ଷ ହୋଇଥିଲେ ମଧ୍ୟ ଆମକୁ ଅନେକ କିଛି ଶିଖିବାକୁ ସୁଯୋଗ ମିଳିଥିଲା । ଯେଉଁଠି ସମୟ ଆମକୁ ସଜାଗ କରାଇଦେଇଥିଲା, ଅଥଚ ସେଠାରେ ଶିକ୍ଷା, ଅଭିବୃଦ୍ଧି ଏବଂ ସୃଜନଶୀଳତାର ଦକ୍ଷତା ପ୍ରଦର୍ଶନ କରିବାରେ ଏକ ସୁଯୋଗ ଆଣି ଦେଇଥିଲା । ଏହି ସୃଜନଶୀଳତା ଓ ଦକ୍ଷତାକୁ ନେଇ ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ମାଇଁ ସିଟି ଲିଙ୍କ୍ ସ ପକ୍ଷରୁ କର୍ପୋରେଟ୍ ଆଇକନ୍ ଆୱାର୍ଡ୍ସର ଦ୍ୱିତୀୟ ସଂସ୍କରଣ ଓ ଭୁବନେଶ୍ୱର ରନ୍ ୱେ ୱିକ୍ ର ୪ର୍ଥ ସଂସ୍କରଣ ଘୋଷଣା କରାଯାଇଛି । ଏନେଇ କାର୍ଯ୍ୟକ୍ରମରେ କର୍ପୋରେଟ୍ ଏବଂ ଫ୍ୟାସନ୍ ଜଗତରେ ବେଶ୍ ଭଲ ପ୍ରଦର୍ଶନ କରିଆସୁଥିବା କିଛି ବିଶେଷ ବ୍ୟକ୍ତିମାନଙ୍କୁ ନେଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି ।
ବିଶ୍ୱ କର୍ପୋରଟ୍ ଜଗତରେ ଯେଉଁମାନେ ମୁଖ୍ୟତଃ ଓଡ଼ିଶା ପାଇଁ ଏକ ନୂତନ ପରିଚୟ ଆଣିଛନ୍ତି କିମ୍ବା କିଛି ନୂଆ କରି ଓଡ଼ିଶା ରାଜ୍ୟ ତଥା ଓଡ଼ିଶା ମାଟିପାଇଁ ପରିବର୍ତନ ଆଣିବାରେ ପ୍ରୟାସ ଜାରୀ ରଖିଛନ୍ତି, ସେହିଭଳି ବ୍ୟକ୍ତିବିଶେଷମାନଙ୍କୁ ଉତ୍ସାହିତ ଓ ସମର୍ଥନ କରିବା ପାଇଁ କର୍ପୋରେଟ୍ ଆଇକନ୍ ଆୱାର୍ଡ୍ସ ଦ୍ୱିତୀୟ ସଂସ୍କରଣର ମୂଳ ଲକ୍ଷ୍ୟ ରହିଛି । ଓଡ଼ିଶାର କର୍ପୋରେଟ୍ ଜଗତରେ ଯେଉଁମାନେ ନିଜର ଉତ୍କର୍ଷତା ଓ ଅଭିନବ ଉପାୟରେ ଆଗକୁ ବଢ଼ିଛନ୍ତି ସେହଭଳି କିଛି ପ୍ରଭାବୀ ନାମ ତଥା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରି ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟ ନେଇ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।
ସହର କୈନ୍ଦି୍ରକ ପବ୍ଲିକେଶନ୍ ଭାବରେ ମାସିକ ଇଂରାଜୀ ପତ୍ରିକା ମାଇଁ ସିଟି ଲିଙ୍କ୍ ଏହାର ପାଠକମାନଙ୍କୁ ସର୍ବଦା ନୁଆ ଢ଼ଙ୍ଗରେ ବିଭିନ୍ନ ସକରାତ୍ମକ ଘଟଣା ସହିତ ପ୍ରେରଣାଦାୟକ ଓ ସଫଳ କାହାଣୀମାନ ପ୍ରକାଶ କରି ପ୍ରତିଟି ଖବରରେ ଓଡ଼ିଶାର ଲୋକମାନଙ୍କୁ ସହରର ଏକ ଭିନ୍ନ ସ୍ୱାଦ ଦେଇଆସିଛି । ବିଭିନ୍ନ ସୂଚନାମୂଳକ ଖବର ସହିତ ଓଡ଼ିଶାର ଲୋକ ତଥା ଓଡ଼ିଶାର କଳା, ସସ୍କୃତି, ଖାଦ୍ୟ, ଜୀବନଶୈଳୀ, ଭ୍ରମଣ, ଫ୍ୟାସନ୍ ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ ସମସ୍ତ ଦିଗକୁ ଗୁରୁତ୍ୱ ଦେଇଆସୁଛି । ସେହିଭଳି ତଥ୍ୟ ଭିତିକ ସମ୍ବାଦ ଓ ସାମ୍ପ୍ରତିକ ପରିସ୍ଥିତି ଭଳି ବିଭିନ୍ନ ବିଷୟକୁ ଅନ୍ତର୍ଭୁକ୍ତ କରି ଓଡ଼ିଶା ବିଷୟରେ ପ୍ରବନ୍ଧମାନ ରଚନା କରିଆସୁଛି । ସପ୍ତମ ବର୍ଷରେ ପଦାର୍ପଣ କରିଥିବା ମାଇଁ ସିଟି ଲିଙ୍କ ମଧ୍ୟ ଡ଼ିଜିଟାଲ୍ (www.mycitylinks.in) ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚି ପାରିଛି । ତା’ ସହିତ ଅଡ଼ିଓ ଭିଜୁଆଲ୍ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ବିଷୟକୁ ଭିଡ଼ିଓ ମାଧ୍ୟମରେ ପହଂଚାଇବାକୁ ନିଜର ପ୍ରଚେଷ୍ଟା ଜାରୀ ରଖିଛି ।
ପ୍ରିଲ୍ୟୁଡ଼୍ ହେଉଛି ଏକ ୩୬୦ ଡିଗ୍ରୀ ମିଡ଼ିଆ କମ୍ୟୁନିକେଶନ୍ ଓ ଇଭେଂଟ ମ୍ୟାନେଜମେଂଟ ଏଜେନ୍ସୀ । ୧୯୯୬ ମସିହାରୁ ନିଜର ଯାତ୍ରା ଆରମ୍ଭ କରି ବର୍ତମାନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ତଥା ୩୦୦୦ରୁ ଉଦ୍ଧ୍ୱର୍ ସଫଳ ଅଭିଯାନ, ୨୦୦ରୁ ଅଧିକ ମିଡ଼ିଆ କାମ୍ପେନ୍, ରିୟଲିଟି ମିଡ଼ିଆ ସୋ’ର ଭିଡ଼ିଓ ପ୍ରଡ଼କ୍ସନ୍ ସହିତ ପି୍ରିଲୁଡ଼୍ ପୂର୍ବ ଭାରତର ଏକ ପ୍ରମୁଖ ମିଡ଼ିଆ ପ୍ରଡ଼କ୍ସନ୍ ହାଉସ୍ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
ପାରମ୍ପରୀକ ହାଣ୍ଡଲୁମ୍ ଟେକ୍ସଟାଇଲ୍ ବ୍ୟବହାର କରୁଥିବା ଓଡ଼ିଶାର ଡ଼ିଜାଇନର୍ ମାନଙ୍କୁ ଗୁରୁତ୍ୱ ଦେଇ ଭୁବନେଶ୍ୱର ରନ୍ ୱେ ୱିକ୍ ର ଆୟୋଜନ କରାଯାଇଥାଏ । ଫ୍ୟାସନ୍ ମଡ଼େଲ୍ ତଥା ଯେଉଁମାନେ ଆଗାମୀ ଦିନମାନଙ୍କରେ ଓଡ଼ିଶା ଫ୍ୟାସନ୍ ଡ଼ିଜାଇନ୍ ଜଗତରେ ନିଜର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ବିଶେଷ କରି ସେହି ନୂତନ ପିଢିର ମଡ଼େଲ୍ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ନୂଆ ଡ଼ିଜାଇନର୍ ଏବଂ ସୃଜନଶୀଳ ପ୍ରତିଭାମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା ସହିତ ଏହି କାର୍ଯ୍ୟକ୍ରମ ଏକ ଭଲ ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।
କର୍ପୋରେଟ୍ ଆଇକନ୍ ଆୱାଡ଼ର୍୍ ର ଦ୍ୱିତୀୟ ସଂସ୍କରଣରେ ପୁରସ୍କୃତ ହେବାକୁ ଥିବା ବ୍ୟକ୍ତିବିଶେଷମାନେ ହେଉଛନ୍ତି, ମହିଳା ଉଦ୍ୟୋଗୀ ଭାବରେ ଇକୋ ବେଲେଜାର ପ୍ରତିଷ୍ଠାତା ସ୍ମ୍ରିତି ଶ୍ୱେତା ଦାସ, ପ୍ରେରଣାଦାୟୀ ମହିଳା ଉଦ୍ୟୋଗୀ ଶ୍ରୀମତୀ ଲିତା ମହାପାତ୍ର, ସଷ୍ଟେନେବଲ୍ ସିଏସଆର୍ କ୍ଷେତ୍ରରେ ଜିନ୍ଦଲ୍ ପ୍ରା. ଲିଃ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ ଅଲ୍ଟିମେଟ୍, ପରିବେଶ ଉପଯୋଗୀ ଉଦ୍ୟୋଗୀ ଜି- ଅନ୍, ଖାଦ୍ୟ ଉଦ୍ୟୋଗୀ କ୍ଷେତ୍ରରେ ଗ୍ରୀନ୍ ଚିଲିଜ୍, ଗ୍ଲୋବାଲ୍ ସାଇବର୍ ସିକ୍ୟୁଓରିଟି ଫାର୍ମ ଭାବରେ ସିକ୍ୟୁଓର୍ ଆଇଜ୍, ରିୟଲିଷ୍ଟେଟ୍ ଉଦ୍ୟୋଗୀ ଭାବରେ ତପନ ମହାନ୍ତି, ଖାଦ୍ୟ ଉଦ୍ୟୋଗୀ ଭାବରେ ‘ନମସ୍ତେ ବାରିପଦା’ ଏବଂ କୋରାପୁଟ ଜିଲ୍ଲାର ଗ୍ଲୋକାଲ୍ ଉଦ୍ୟୋଗୀ ‘ଦେଶିଆ କ୍ରାଫ୍ଟ’ର ପ୍ରତିଷ୍ଠାତା ଯୁଗବ୍ରତ କରଙ୍କୁ ସମ୍ମାନିତ କରାଯିବ ।
ସେଭଳି ମହାମାରୀ ସମୟରେ ଯେଉଁମାନେ ସମାଜ ପ୍ରତି ସେମାନଙ୍କର ପ୍ରକୃତ ଅବଦାନକୁ ବୁଝି ତମାମ୍ କୋରୋନା ସମୟରେ ଅହରହ ସେବା ଯୋଗାଇ ଆସିଛନ୍ତି ସେଭଳି କିଛି ବ୍ୟକ୍ତି ବିଶେଷ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ କୋରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯିବ । କୋରୋନା ଯୋଦ୍ଧା ଭାବରେ ସମ୍ମାନିତ ହେଉଥିବା ବ୍ୟକ୍ତି ହେଉଛନ୍ତି ଓଡ଼ିଆ ସିନେ ତାରକା ତଥା ସମାଜ ସେବୀ ସବ୍ୟସାଚୀ ମିଶ୍ର, ରିପୋର୍ଟର ସ୍ୱର୍ଗତ ପ୍ରବୀର ପ୍ରଧାନଙ୍କୁ ମରଣୋର କୋରୋନା ଯୋଦ୍ଧା ସମ୍ମାନ, ପିପୁଲ୍ ଫର୍ ଆନିମଲ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଡ଼ାକ୍ତର ଜୟନ୍ତ ପଣ୍ଡା, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, କମିଶନରେଟ୍ ପୁଲିସ୍, କ୍ରୁଟ୍ (ମୋ ବସ୍) ଏବଂ ଅଶ୍ୱିନୀ ହସ୍ପିଟାଲ୍ ଆଦିଙ୍କୁ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯିବ ।
ଭୁବନେଶ୍ୱର ରନ୍ ୱେ ୱିକ୍ ର ଡିଜାଇନର ମାନେ ହେଉଛନ୍ତି, ଆଇଏନଆଇଏଫଡ଼ି ଭୁବନେଶ୍ୱର, ମନୀଷା ରିତୁପର୍ଣ୍ଣାଙ୍କ ରିତୁପର୍ନୋ, ପାରୁଲ୍ ଖଇତାନ୍, ସେଫ୍ ଅଲ୍ଲୀଙ୍କ ଫ୍ୟାସନଫିଟ୍, ଜୁବିନା ଅଲ୍ଲୀଙ୍କ ଜୁବିଜ୍ ଡିଜାଇନର୍ ହାଉସ୍, ରୋଶନ୍ ଏବଂ ଦିନେନ୍ଦ୍ରଙ୍କ ପୋଷ୍ ଆଫାୟର୍ସ, କୋମଲ୍ ଖଣ୍ଡେଲ୍ ୱାଲ୍ ଙ୍କ ଇନ୍ନୟା ଜୁଏଲ୍ସ । ଯେଉଁମାନେ ମୁଖ୍ୟତଃ କାର୍ଯ୍ୟକ୍ରମରେ ଭାଗ ନେଉଥିବା ମଡ଼େଲମାନଙ୍କ ପୋଷାକର ଡିଜାଇନ୍ କରିଛନ୍ତି । ଏହି ପ୍ରମୁଖ ଡ଼ିଜାଇନର୍ ଓ ସେମାନଙ୍କର ଡିଜାଇନର୍ ହାଉସ୍ ଆଗାମୀ ଦିନରେ ଓଡ଼ିଶା ଫ୍ୟାସନ୍ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ପୋଷଣ କରାଯାଉଛି । ଓଡ଼ିଶା ସମାଚାର