ଗରଦପୁର, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ମିଶନ ଶକ୍ତି ଓ ଓଡ଼ିଶା ଜିବିକା ମିଶନ ଆନୁକୂଲ୍ୟରେ କୋରୁଆସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ନେଇ ଏକ ଋଣ ମେଳା ଓ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଷ୍ଟେଟବ୍ୟାଙ୍କ ମହାପ୍ରବନ୍ଧକ ଉମାକାନ୍ତ ପୂଜାରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ୍ ଋଣ ମେଳାରେ ଶାଖା ପରିଚାଳକ ଲୁବିନ ଡ଼ୁଙ୍ଗ ଡ଼ୁଙ୍ଗ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ରିଜିଓନାଲ ମ୍ୟାନେଜର ପ୍ରବୀର ଚନ୍ଦ୍ର ସାହୁ , ସମ୍ମାନୀତ ଅତିଥି ଭାବେ ନାବାର୍ଡ଼ ର ଏଜିଏମ ଅଶୋକ ଆଚାର୍ଯ୍ୟ , ଲିଡ଼ ବ୍ୟାଙ୍କ ମହାପ୍ରବନ୍ଧକ ମଳୟ ମିଶ୍ର , ମହାପ୍ରବନ୍ଧକ ଡ଼ିଲସଏଚ ଦିଲିପ ଦାସ , ମାର୍କେଟିଙ୍ଗ ଏକଜିକ୍ୟୁଟିଭ ଦେବୀପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଋଣ ନେଇ ଛତୁ ଚାଷ, ମତ୍ସ୍ୟ ଚାଷ, ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ, ବିଦ୍ୟୁତ ବିଲ ଆଦାୟ ଆଦି କରି ନିଯେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ସାହାଯ୍ୟ କରିପାରିବେ । ଠିକ ସମୟରେ ଋଣ ନେଇ ଠିକ୍ ସମୟରେ ଋଣ ପରିଶୋଧ କରିବାକୁ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ବ୍ୟାଙ୍କ ଶାଖା ଅଧିନରେ ଥିବା ୩୮ ଟି ସ୍ୱୟଂ ସହାୟକ ଗୃପ୍ କୁ ୫୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ଏଥି ସହିତ ଆର୍ଥିକ ସାକ୍ଷର ଓ ଋଣ ପରାମର୍ଶ କେନ୍ଦ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ଓଡ଼ିଶା ସମାଚାର