କଳାହାଣ୍ଡି, ୦୯ଫେବୃଆରୀ,୨୦୨୧(ଓଡ଼ିଶା ସମାଚାର) : ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ଗ୍ରେଡ୍ ଆଲୁମିନା ନିର୍ମାତା ପକ୍ଷରୁ ବିଶ୍ୱକର୍କଟ ଦିବସ ପାଳିତ ହୋଇଯାଇଛି ।କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଗତ ୪ ଓ ୫ ଫେବୃଆରୀ ୨୦୨୧ ରେଏହାର ୫୦ ଗୋଟି ନନ୍ଦଘର (ବେଦାନ୍ତ ଦ୍ୱାରା ଉନ୍ନତମାନର ଅଙ୍ଗନୱାଡ଼ି) ଜରିଆରେ ଦୁଇ ଦିନ ଧରିସଚେତନତା ଜ୍ଞାନ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥି ମଧ୍ୟରୁ ୧୦ଟି କାର୍ଯ୍ୟକ୍ରମରେ କୋଭିଡ଼ ଗାଇଡ଼୍ ଲାଇନ ଅନୁପାଳନ ପୂର୍ବକ ଲୋକ ମାନଙ୍କୁ ଏବିଷୟରେ ସଚେତନତାମୂଳକ ବାର୍ତା ପ୍ରଦାନ କରାଯାଇଛି । ୪୦ ଗୋଟି ନନ୍ଦଘର ଓ ଏହାର ସଦସ୍ୟମାନେ ଭର୍ଚୁଆଲିଭାବରେ ଅଂଶଗ୍ରହଣ କରିଥିଲେ ।
ଏହି ଅଧିବେଶନ ଗୁଡ଼ିକରେ ନନ୍ଦଘରର କ୍ଲଷ୍ଟର ସଂଯୋଜକ ମାନେ ମହିଳା ହିତାଧିକାରୀ ମାନଙ୍କୁ ଭେଟିଥିଲେ ଏବଂ ଆଗଧାଡ଼ିର କର୍ମଚାରୀମାନେ କ୍ୟାନସର ସମ୍ବନ୍ଧିତ ସୂଚନା ବିଶେଷକରି ସ୍ତନ କର୍କଟ ଓ ଫୁସ୍ ଫୁସ୍ କର୍କଟ ବିଷୟରେ ବୁଝାଇଥିଲେ ।ଏହିରୋଗ ଉପରେ ବିଭିନ୍ନସୂଚନା, ଶିକ୍ଷା ଓ ବିଷୟଭିତିକ ତଥ୍ୟ ପ୍ରଦାନ କରାଯାଇଥିଲା । ଅଂଶଗ୍ରହଣକାରୀ ମାନଙ୍କୁ ଏହିରୋଗର ଆରୋଗ୍ୟ ଓ ଚିକିତ୍ସା ସମ୍ବନ୍ଧରେ ବୁଝାଯାଇଥିଲା । ସାବଧାନତା ମୂଳକ ପଦକ୍ଷେପ ଗ୍ରହଣକଲେ ଏହ ରୋଗକୁ ଆୟତ କରାଯାଇପାରିବ ବୋଲିସୂଚନା ଦିଆଯାଇଥିଲା ।ଡ଼ାକ୍ତର ରୁଚିମିଶ୍ରା, ମେଡ଼ିକାଲ ଅଫିସର ଜିଲ୍ଲା ପ୍ରାଥମିକ ପ୍ରତିକାରକେନ୍ଦ୍ର, ହିନ୍ଦୁସ୍ଥାନ ଲାକ୍ଟେକ୍ସ ଫ୍ୟାମିଲି ପ୍ଲାନିଂ ପ୍ରମୋସନ ଟ୍ରଷ୍ଟ, ଉତରପ୍ରଦେଶ ଅଂଶଗ୍ରହଣକାରୀ ମାନଙ୍କୁ ଭର୍ଚୁଆଲିଭାବରେ ସୂଚନା ପ୍ରଦାନ କରିଥିଲେ ଓ ସ୍ତନ ଏବଂ ଫୁସ୍ଫୁସ୍ କ୍ୟାନସରସ ମ୍ବନ୍ଧରେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସୂଚନା ଦେଇ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ ୟୁନିଟÿର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ରାକେଶମୋହନ କହିଥିଲେ ଯେ “ବେଦାନ୍ତ ଲାଂଜିଗଡ଼ସର୍ବଦା ଗୋଷ୍ଠୀରଉନ୍ନତି ପାଇଁକାର୍ଯ୍ୟକରୁଛି ଏବଂ ସେମାନଙ୍କୁ ଉପଯୁକ୍ତଜ୍ଞାନ ଓ ସମୟାନୁ ବର୍ତିତା ସମ୍ବନ୍ଧରେ ସୂଚନା ଦେଇ ସେମାନଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣିବାକୁ ଚେଷ୍ଟାକରୁଛି ।ଏହି ପରିପ୍ରେକ୍ଷୀରେ ଆମେ ଲୋକମାନଙ୍କୁ ବିଭିନ୍ନ ରୋଗସମ୍ବନ୍ଧରେ ବୁଝାଇବାକୁ ଚେଷ୍ଟାକରିଛୁ । ମୁଁଏହା ନିଶ୍ଚିତଯେ ବିଶ୍ୱକର୍କଟ ଦିବସ ଆୟୋଜନ ଅବସରରେ ଲୋକମାନେ ଏହିରୋଗ ସମ୍ବନ୍ଧରେ ବହୁଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ।ଭବିଷ୍ୟତରେ ଆମେ ଏହିପରି ବହୁଗୁଡ଼ିଏ ସଚେତନତା ମୂଳକ କାର୍ଯ୍ୟକ୍ରମକୁ ଆମ ଗୋଷ୍ଠୀ ମଧ୍ୟରେ ଆୟୋଜନ କରିବାକୁ ଚେଷ୍ଟାକରିବୁ । ଯାହାଦ୍ୱାରା ଲୋକମାନଙ୍କର କଲ୍ୟାଣସାଧିତ ହୋଇପାରିବ ।
ବେଦାନ୍ତ, ଲାଞ୍ଜିଗଡ଼ରଏହି ପ୍ରୟାସକୁ ପ୍ରଶଂସାକରି ବକତପୁରଗ୍ରାମର ଅଙ୍ଗନବାଡ଼ି କର୍ମଚାରୀ ଶ୍ରୀମତୀ ଜୟନ୍ତୀ ବାରିକ କହିଥିଲେ ଯେ“ବେଦାନ୍ତ ଲାଞ୍ଜିଗଡ଼ ସବୁସମୟରେ ଗୋଷ୍ଠୀର ଉନ୍ନତି ପାଇଁ ଏହିପରି କାର୍ଯ୍ୟକରି ଆସୁଛି । ସ୍ତନ ଓ ଫୁସ୍ଫୁସ୍ କ୍ୟାନସର ପରି ଏହି ରୋଗସମ୍ବନ୍ଧ ରେସଂସ୍ଥା ପକ୍ଷରୁ ଦିଆଯାଉଥିବା ସୂଚନା ଦ୍ୱାରାଲୋକମାନେ ସାବଧାନ ହୋଇ ଉପଯୁ୍କ୍ତ ଚିକିତ୍ସା କରିପାରିବେ ।”
ବେଦାନ୍ତର ସାମାଜିକକାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ରହିଛି ଜୀବିକା ନିର୍ବାହ ପନ୍ଥା, ମହିଳାସଶକ୍ତିକରଣ, ଗୁଣମାନର ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ପରିଚ୍ଛନ୍ନତା, ଜୈବ ନିବେଶ ଓ ଗୋଷ୍ଠୀ ପୁନଃନିର୍ମାଣ କାର୍ଯ୍ୟ ଯେଉଁଥିରେ ଲାଞ୍ଜିଗଡ଼ର ମୋଟ୍ ୬୯ ଟି ଗ୍ରାମକୁ ସାମିଲ୍କରାଯିବା ସହିତ ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ବହୁତ ଗୁଡ଼ିକବିକାଶମୂଳକ କାର୍ଯ୍ୟ କରାଯାଉଛି ।ଏହା ୩୦୫ଟି ସ୍ୱୟଂସହାୟକ ଗୋଷ୍ଠୀରେ ୩୦୦୦ ରୁ ଉଦ୍ଧ୍ୱର୍ମହିଳାଙ୍କୁ ସଶକ୍ତିକରଣ କରାଇ ପାରିଛି ।ବାର୍ଷିକ ପ୍ରାୟ ୩୦୦୦୦ ଲୋକଙ୍କୁସ୍ୱାସ୍ଥ୍ୟ ସେବାସହିତ ୨୮୦୦ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାସହାୟତା ଗୋଷ୍ଠୀ ମଧ୍ୟରେ ୫.୪ ଲକ୍ଷରୁ ଉଦ୍ଧ୍ୱର୍ବୃକ୍ଷ ରୋପଣ ଓ ଗୋଷ୍ଠୀସ୍ତରରେ ୫୦୦ ରୁ ଅଧିକ ଭିତିଭୂମି ମୂଳକ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିଛି । ବେଦାନ୍ତ ହେଉଛି ଭାରତର ଏକ ବୃହତ ଆଲୁମିନିୟମ ନିର୍ମାତା ଏବଂ ମେଟାରଲଜିକାଲ ଗ୍ରେଡ୍ ଆଲୁମିନାର ଅଗ୍ରଣୀ ନିର୍ମାତା ।ଏହି କମ୍ପାନୀ ଲାଞ୍ଜିଗଡ଼ (କଳାହାଣ୍ଡିଜିଲ୍ଲା, ଓଡ଼ିଶା) ରେ ଗତ ୨୦୦୭ ଠାରୁ ଭାରତ ପାଇଁ ଦୁଇ ଏମିଟିପିଏ ଆଲୁମିନା ରିଫାଇନାରି ଉତ୍ପାଦନ କରୁଛି ଏବଂ ଏହା ମଧ୍ୟ ୯୦ ମେଗାୱାଟର କ୍ୟାପଟିଭ୍ ପାୱାର ପ୍ଲାଂଟ ପରିଚାଳନା କରୁଛି । ଓଡ଼ିଶା ସମାଚାର