ଅସହାୟଙ୍କୁ ସହଯୋଗର ହାତ ବଢାଇବା ହେବ ପ୍ରକୃତ ଇଶ୍ୱର ପୂଜା
ନିରାକାରପୁର, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ବର୍ଷକୁ ଥରେ ଏକାଠି ହୋଇ ଅତୀତର ସ୍ମୃତିକୁ ମନେପକାଇବା ସହ ସମାଜର ମଙ୍ଗଳ ପାଇଁ ଯିଏ ଯେଉଁଠି ବି ରହିଲେ ବି ଅସହାୟଙ୍କୁ ସହଯୋଗ, ରକ୍ତଦାନ ଓ ବୃକ୍ଷରୋପଣ ସହିତ ଘନିଷ୍ଠ ସହପାଠୀମାନଙ୍କ ଅସମୟରେ ଛିଡ଼ା ହୋଇ ସେମାନଙ୍କୁ ସହାୟତା ଯୋଗାଇଲେ ପ୍ରକୃତରେ ଈଶ୍ୱର ପୂଜା ହୋଇଥାଏ ବୋଲି ଖୋର୍ଦ୍ଧା ଜିଲ୍ଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ବରୁଣେଇ ପୀଠରେ ଖୋର୍ଦ୍ଧା ବିଜେବି ହାଇସ୍କୁଲ ୧୯୯୩ ମସିହା ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା । ଦୀର୍ଘ ଦିନର ପିଲାଦିନର ବନ୍ଧୁମାନଙ୍କୁ ଏକାଠି ପାଇଁ ଛାତ୍ର ଅବସ୍ଥା ସ୍ମୃତିକୁ ରୋମନ୍ଥନ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ବହୁ ସଂଖ୍ୟାରେ ଏହି ବ୍ୟାଚର ଛାତ୍ର ଯୋଗଦଇ ବିଭିନ୍ନ ନୃତ୍ୟ ସଂଙ୍ଗୀତରେ ନିଜକୁ କିଛି ସମୟ ପାଇଁ ସାଙ୍ଗମାନଙ୍କ ଗହଣରେ ହଜାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେବକାନ୍ତ ମହାନ୍ତି, ସତ୍ୟଜିତ ସାମନ୍ତରାୟ, ଆଶିଷ ପଟ୍ଟନାୟକ, ନିରୋଦ ନାୟକ, ବିଶ୍ୱ ନନ୍ଦ, ଅମିର ବକ୍ସ, ସୁଧାଂଶୁ ରାଉରାୟ ଓ ହିମାଂଶୁ ଭୂଷଣ ଚମ୍ପତିରାୟ ସମେତ ଅନ୍ୟ କିଛି ସହପାଠୀ ସାହାଯ୍ୟ ସହଯୋଗ କରିଥିଲେ । ଓଡ଼ିଶା ସମାଚାର