Saturday , March 25 2023
Breaking News
Home / ବିଶେଷ / ପାରାଦୀପ ବିଜୟଚନ୍ଦ୍ରପୁରର ଗାୟତ୍ରୀ ନଗର ରାସ୍ତା ଉଦଘାଟିତ

ପାରାଦୀପ ବିଜୟଚନ୍ଦ୍ରପୁରର ଗାୟତ୍ରୀ ନଗର ରାସ୍ତା ଉଦଘାଟିତ

ପାରାଦୀପ ୯/୦୨/୨୦୨୧ (ଓଡ଼ିଶା ସମାଚାର)-ପାରାଦୀପ ନିକଟସ୍ଥ ତାରେଣୀଗଡା ବିଜୟଚନ୍ଦ୍ରପୁରରେ ବହୁ ସ୍ଥାନୀୟ ଅଧିବାସୀମାନେ ନିଜସ୍ୱ ଘର ନିର୍ମାଣ କରି ରହି ଆସଚଛନ୍ତି । କିନ୍ତୁ ଏହି ଅଂଚଳରେ ସାଧାରଣ ଗମନାଗମନ ପାଇଁ ସୁଚିନ୍ତିତ ରାସ୍ତାଘାଟ ନାହିଁ । ଏଠାରେ ଲୋକେ ନିଜସ୍ୱ ଜମି କିଣୁଥିବା ବେଳେ, ସାଧାରଣ ରାସ୍ତା ପାଇଁ କିଛି ଜାଗା ପାନ କରିଥାନ୍ତି । ତେବେ ବିଜୟଚନ୍ଦ୍ରପୁର ନାଗରିକ ପରିଷଦର ପ୍ରଚେଷ୍ଟା ଫଳରେ ୩୦ରୁ ୪୦ଲକ୍ଷ ଟଙ୍କା ବ୍ୟୟରେ ସାଧାରଣ ଯାତାୟତ ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ଏହି ଅବସରରେ ଏକ ରାସ୍ତା ଉଦଘାଟନ ଉତ୍ସବ ଅନ୍ତେବାସୀମାନେ ଆୟୋଜନ କରିଥିଲେ । ଏହି ସଭାରେ ପରିଷଦର ବରିଷ୍ଠ ସଦସ୍ୟ ପ୍ରସନ୍ନ ସାମନ୍ତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ବିଜୟଚନ୍ଦ୍ରପୁର ନାଗରିକ ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସବିତା ମହାପାତ୍ର, ଆଭାସ ଚନ୍ଦ୍ର ଚୌଧୁରୀ, ସୌମ୍ୟରଂଜନ କାନୁନଗୋ ପ୍ରମୁଖ ଯୋଗାଦେଇ ଗ୍ରାମର ସୁରକ୍ଷା ତଥା ବିକାଶ ଉପରେ କିପରି ପଦକ୍ଷେପ ନିଆଯାଇ ପାରିବ ସେ ସମ୍ପର୍କରେ ବକ୍ତବ୍ୟରେ ନିଜର ମତାମତ ରଖିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.