Tuesday , March 21 2023
Breaking News
Home / ବିଶେଷ / ପାରାଦୀପ ବନ୍ଦର ଶ୍ରମିକ ୟୁନିୟନର ୩୭ତମ ବାର୍ଷିକ ସମ୍ମିଳନୀ

ପାରାଦୀପ ବନ୍ଦର ଶ୍ରମିକ ୟୁନିୟନର ୩୭ତମ ବାର୍ଷିକ ସମ୍ମିଳନୀ

ପାରାଦୀପ ୯/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ଶ୍ରମିକ ୟୁନିୟନର ୩୭ତମ ବାର୍ଷିକ ସମ୍ମିଳନୀ ମଙ୍ଗଳବାର ମଧୁବନସ୍ଥ କାର୍ଯ୍ୟାଳୟ ପରିସରରେ ବିଶିଷ୍ଟ ଶ୍ରମିକ ନେତା ଅଜୟ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନିଜ ବକ୍ତବ୍ୟରେ ଶ୍ରୀ ରାଉତ ଶ୍ରମିକ ମାନେ ନିଜର ହକ୍ ଓ ଦାବି ହାସଲ ପାଇଁ ଶ୍ରମିକ ଶ୍ରେଣୀ ସଂଗଠିତ ହୋଇ ମିଳିତ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ୟୁନିୟନର ଉପସଭାପତି ତଥା ବିଶିଷ୍ଟ କୃଷକ ନେତା ଶଶିକାନ୍ତ ପାଣି ଶ୍ରମିକ ଶ୍ରେଣୀ ତାର ଆଗାମୀ ଦିନର ଲଢେଇର ରାସ୍ତା ପରିବର୍ତନ କରିବାକୁ ପରାମର୍ଶ ଦେଇଥିଲେ । ସାଧାରଣ ସଂପାଦକ ନିମାଇଁ ଚରଣ ବରାଳ ବିଗତ ବର୍ଷରେ ୟୁନିୟନ ମାଧ୍ୟମରେ ବିଭିନ୍ନ ଶ୍ରମିକ ସମସ୍ୟାର ସମାଧାନ ଓ ଅନ୍ୟାନ୍ୟ କାର୍ଯ୍ୟାବଳୀର ବିବରଣୀ ଉପସ୍ଥାପନ କରିଥିଲେ । ୟୁନିୟନ କୋଷାଧ୍ୟକ୍ଷ ଅଜୟ କୁମାର ସାହୁ ବାର୍ଷିକ ଆୟବ୍ୟୟର ଅଟ୍ଟକଳ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୁଶ ଚରଣ ସୁତାର, ବ୍ରହ୍ମାନନ୍ଦ ଦାସ, ଭଗବାନ ରାଉତ, ଅଜୟ କୁମାର ବେହେରା, ଶିଶିର କୁମାର ପତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଆଗାମୀ ବର୍ଷ ପାଇଁ ଅଜୟ ରାଉତ ସଭାପତି, ସାଧାରଣ ସଂପାଦକ ଭାବେ ନିମାଇଁ ବରାଳ, କୁଶ ଚରଣ ସୁତାର ସହ ସାଧାରଣ ସଂପାଦକ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ଅଜୟ କୁମାର ସାହୁ ହେବା ସହିତ ୪୯ଜଣିଆ ନୂତନ କାର୍ଯ୍ୟକାରୀ କମିଟୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଏହି ଅବସରରେ ଶତାଧିକ ବନ୍ଦର ଡକ୍ କର୍ମଚାରୀ ସଦସ୍ୟ ଯୋଗ ଦେଇଥିବା ୟୁନିୟନ ତରଫରୁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.