Wednesday , March 29 2023
Home / ବିଶେଷ / ପଟ୍ଟାମୁଣ୍ଡାଇ ଥାନା ପୋଲିସର ଉଦାସୀନତା ଅଭିଯୋଗ

ପଟ୍ଟାମୁଣ୍ଡାଇ ଥାନା ପୋଲିସର ଉଦାସୀନତା ଅଭିଯୋଗ

କେନ୍ଦ୍ରାପଡା, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ଜନୈକ ମହିଳାଙ୍କୁ ତରଡିପାଳ ପଂଚାୟତର ସରପଂଚ ଓ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକ ମରଣାନ୍ତଙ୍କ ଆକ୍ରମଣ କରିଥିବା ପଟ୍ଟାମୁଣ୍ଡାଇ ଥାନାରେ ସଂପୃକ୍ତ ମହିଳା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ସେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।  ଅଭିଯୋଗ ଅନୁଯାଇ ଘାଘରାଡିଆ ଗ୍ରାମର ଦୀନବନ୍ଧୁ ସାମଲଙ୍କ ପତ୍ନୀ ଗାୟତ୍ରୀ ସାମଲଙ୍କୁ  ଏକ ଜମିଜମା ଘଟଣାକୁ ନେଇ ତରଡିପାଳ ପଂଚାୟତର ସରପଂଚ ପ୍ରିୟଦର୍ଶିନୀ ତରାଇ ଓ ତାଙ୍କ ସ୍ୱାମୀ ପୁରୁଷୋତମ ତରାଇଙ୍କ ସମେତ ତାଙ୍କ ପରିବାରର୮ଜଣ ମରଣାନ୍ତଙ୍କ ଆକ୍ରମଣ କରିଥିବା ନେଇ ଗତ ୨ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେହି ଅଭିଯୋଗକୁ ଭିତିକରି ଥାନା କେଶ ନମ୍ବର ୭୫/୨୦୨୧ରେ ଆଇପିସିର ଦଫା ୩୨୩, ୨୯୪, ୩୭୬, ୩୭୯, ୫୦୬ ଓ ୩୪ଧାରାରେ ମାମଲା ରୁଜୁ କରିଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସଂପୃକ୍ତା ପିଡିତା ମହିଳା  ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏକ ଘରବାଡି ଜମିକୁ ସରକାରୀ ମାପଚୁପ ପରେବି ସରପଂଚଙ୍କ ସ୍ୱାମୀ ମାପକୁ ନମାନି ଯୋରଜବରଦସ୍ଥ ପିଡିତା ମହିଳାଙ୍କ ଜମି ଉପରେ ବାଡ ଦେବାରେ ସେ ତାହାର ବିରୋଧ କରିଥିଲେ । ଫଳରେ ସରପଂଚ ଶ୍ରୀମତୀ ତରାଇ ପିଡିତା ମହିଳାଙ୍କ ଛାତି ଉପରେ ବସିଥିବା ବେଳେ ତାଙ୍କ ସ୍ୱାମୀ ସଂପୃକ୍ତା ପିଡିତା ମହିଳାଙ୍କ ସମ୍ବେଦନଶୀଳ ସ୍ଥାନରେ ମାଡମାରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ । ଏହି ଘଟଣାରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ପିଡିତା ମହିଳା ଏସପିଙ୍କୁ ଭେଟି ନିବେଦନ କରିଛନ୍ତି । ଏସପି ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.