ନିରାକାରପୁର, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ବ୍ୟାଙ୍କ ଅଫ ବରୋଦାର ଜଣେ କର୍ମଚାରୀ କୋଭିଡ଼ ପଜେଟିଭ ଚିିହ୍ନଟ ହେବା ପରେ ବ୍ୟାଙ୍କକୁ ୪୮ ଘଂଟା ପାଇଁ ବନ୍ଦ୍ କରାଯାଇଛି । ସରକାରୀ କୋଭିଡ଼ ନିୟମ ମୁତାବକ ବ୍ୟାଙ୍କ ପରିସର ମଧ୍ୟର ଜଣେ କର୍ମଚାରୀ କୋଭିଡ଼ ଚିହ୍ନଟ ହୋଇଥିବାରୁ ବ୍ୟାଙ୍କ କର୍ତୃପକ୍ଷ ନୋଟିସ କରି ୪୮ ଘଂଟା ପାଇଁ ବ୍ୟାଙ୍କ ବନ୍ଦ୍ ରଖିଛନ୍ତି । ଆଜି ବହୁ ଗ୍ରାହକ ନ ଜାଣିପାରି ବ୍ୟାଙ୍କ କୁ ଆସି ଫେରିବାର ଦେଖିବାକୁ ମିଳିଥିଲା । ବୁଧବାର ୧୦ ତାରିଖରେ ଗ୍ରାହକମାନଙ୍କ ପାଇଁ ଖୋଲା ଯିବ ବୋଲି ଜଣାଯାଇଛି । ଓଡ଼ିଶା ସମାଚାର
Check Also
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ
କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …