ନିରାକାରପୁର, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଣାପଂଜୁରି ମଶାଣି ପଡିଆରେ ୭ ତମ ଏକଦିନିକିଆ ଫଟାଫଟ ଦୋସ୍ତି କି୍ରକେଟ୍ କପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୩ଟି ଦଳ ଭାଗନେଇଥିଲେ । ରେଡ,ଅରେଂଜ ଓ ବ୍ଲୁ କି୍ରକେଟ କ୍ଲବ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ଫାଇନାଲ ମ୍ୟାଚ ରେ ଅରେଂଜ କି୍ରକେଟ କ୍ଲବ ନିର୍ଦ୍ଧାରିତ ୧୨ ଓଭରରେ ୫ଓଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ବ୍ଲୁ କି୍ରକେଟ ଦଳ ଏହାର ପିଛା କରି ନିର୍ଦ୍ଧାରିତ ଓଭରରେ ୮ଉଇକେଟ ବିନିମୟରେ ୧୨୦ରନ ସଂଗ୍ରହ କରି ପରାଜିତ ବରଣ କରିଥିଲେ । ଏହି ଖେଳରେ ମ୍ୟାନ ଅଫ୍ ଦି ମ୍ୟାଚ ଭାବରେ ଡ. ପ୍ରଭାତ ପାଲଟାସିଁହ, ମ୍ୟାନ ଅଫ୍ ଦି ସିରିଜ ମହମ୍ମଦ ସାହାଜାନ, ବେଷ୍ଟ କ୍ୟାଚର ଫକିର ଉଦ୍ଧିନ ଖାଁ ଓ ଅଲରାଉଣ୍ଡ ଭାବେ ମୁକ୍ତାର ସାହାଙ୍କୁ ପୁରସ୍କୁତ କରାଯାଇଥିବା ବେଳେ ସଂଗା୍ରମ କେଶରୀ ସାମନ୍ତରାୟ ଓ ନିଜାମ ଖାଁ ଖେଳ ପରିଚାଳନା କରିଥିବା ବେଳେ ସ୍ଥାନୀୟ ସରପଂଚ ରିଆଜ ଉଦ୍ଧିନ ଖାଁ ମୁଖ୍ୟ ଅତିଥି ବାବେ ଯୋଗ ଦେଇ ବିଜୟୀ ଓ ପରାଜୟୀ ଦଳଙ୍କ ଟ୍ରଫି ସହ ମେଡାଲ ପ୍ରଦାନ କରିଥିଲେ । ଏହି ଖେଲ ଟି ଗାଁ ର ଭାଇଚାର ସୃଷ୍ଟି ପାଇଁ ପ୍ରତ୍ୟକ ବର୍ଷ କରାଯାଉଛି । ଏଥିରେ ଗାଁର ସମସ୍ତ ବର୍ଷିଆନ ମାନେ ଖେଳିଥାନ୍ତି । ବର୍ଷକୁ ଗୋଟିଏ ଦିନ ଗାଁ ବାହାରେ ଯେଉଁ ମାନେ ଥାନ୍ତି ସେମାନେ ଆସି ଏହି ଖେଳରେ ଭାଗ ନେଇଥାନ୍ତି ବୋଲି ଖେଳର ଆୟୋଜକ ମହମ୍ମଦ ସାଜନ ସୁଚନା ଦେଇଛନ୍ତି । ଓଡ଼ିଶା ସମାଚାର