ନିରାକାରପୁର, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ବିଭିନ୍ନ ଉପାୟରେ ବର୍ତମାନ ଜିଏସଟି ଠକା ଯାଉଥିବାରୁ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ଆଦାୟରୁ ସରକାର ବଂଚିତ ହେଉଥିବାବେଳେ ମୁନାଫାଖୋର ବ୍ୟବସାୟୀ ରାତାରାତି କୋଟିପତି ପାଲଟିଯାଉଥିବା ଦେଖିବାକୁ ମିଳୁଛି । ସରକାର ଜିଏସଟି ପ୍ରଚଳନ କରିବା ପରେ ବି ବହୁ ଜାଗାରେ ଜିଏସଟି ଠକାମୀର ଖବର ପ୍ରତିଦିନ ଶୁଣିବାକୁ ମିଳୁଛି । ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଂଚଳରେ ଥିବା ଏକ ସୁନା ଦୋକାନ ଉପରେ ଜିଏସଟିର ଏକ ଦଳ ଦୁଇଟି ଗାଡ଼ିରେ ଆସି ରେଡ଼ ମାରିଥିଲେ । ଏହି ଚଢାଉ ସକାଳ ୧୦ଟାରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଚାଲିଥିବା ସୂଚନା ମିଳିଛି । ଏହି ସମୟରେ ଜିଏସଟି ଟିମ ବିଭିନ୍ନ କାଗଜପତ୍ର ଦେଖିବା ସହ ବିକ୍ରୀ ହେଉଥିବା ଜିନିଷ ସଂପର୍କରେ ଖୋଳତାଡ଼ କରିଥିବା ଏକ ବିଶେଷସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ସମାଚାର