Monday , March 27 2023
Breaking News
Home / ବିଶେଷ / କ୍ୟାବିନେଟ୍ ବୈଠକ ଆଜି

କ୍ୟାବିନେଟ୍ ବୈଠକ ଆଜି

ଭୁବନେଶ୍ୱର, ୦୯/୦୨/୨୦୨୧ (ଓଡ଼ିଶା ସମାଚାର)- ଆଜି ସଂଧ୍ୟାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଓ କ୍ୟାବିନେଟ୍ ର ଏକ ବୈଠକ ଅନୁଷ୍ଠିତ ହେବ । ମଙ୍ଗଳବାର ଏହି କ୍ୟାବିନେଟ୍ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ସାଢ଼େ ୫ଟା ରେ ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଆସନ୍ତା ୧୮ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଆଗତ କରିବେ । ଆସନ୍ତା ଆର୍ଥିକ ବର୍ଷର ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମୋହର ଲାଗିବ । ଏହାପରେ ସନ୍ଧ୍ୟା ୬ଟାରେ କ୍ୟାବିନେଟ୍ ବୈଠକ ବସିବ । ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ହେବାକୁ ଥିବା ଆଜିର ଏହି କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିବାର ସମ୍ଭାବନା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.