କେନ୍ଦ୍ରାପଡା, ୯/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାସ୍ଥିତ ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତ ପ୍ରତିଭା ପୂଜା ସମିତି ଆନୁକୁଲ୍ୟରେ ଉତ୍କଳ ଭାରତୀଙ୍କ ୧୨୦ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଅର୍ବାନବ୍ୟାଙ୍କ ପାଶ୍ୱର୍ ନାରୀକବିଙ୍କ ପ୍ରତିମୂର୍ତିସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତିଭା ପୂଜା ସମିତିର ତ୍ରୟବିଂଶ ବାର୍ଷିକ ଉତ୍ସବରେ ସମିତିର ସଭାପତି ଆଇନଜୀବି କୁଞ୍ଜବିହାରୀ ପରିଡା ଅଧ୍ୟକ୍ଷତା କରିଥିଲେ । ସମିତି ସମ୍ପାଦକ ତଥା ଆଶୁକବି ହେମନ୍ତ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରାସାଦ ଭଳ ମୁଖ୍ୟଅତିଥି, ଶିକ୍ଷାବୀତ ଶୁଭାଂଶୁ କୁମାର ଦାସ ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି, ସଂଗ୍ରାମୀ ଫକିରମୋହନ ଦାସ, ସମାଜସେବୀ ଗଦାଧର ମଲ୍ଲିକ ପ୍ରମୁଖ ଯୋଗଦେଇ ପ୍ରତିଭା ସମିତିର ପୂଜ୍ୟପୂଜା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍କଳ ଭାରତୀଙ୍କ ଆବକ୍ଷ ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ କରାଯିବା ପରେ କବିଙ୍କ ଜୀବନାୟନ ଓ ସାମଗ୍ରିକ ସାହିତ୍ୟ କୃତି ଉପରେ ଆଲୋଚନା କରାଯାଇଥିଲା । ଆଇନଜୀବି ପ୍ରଦୀପ କୁମାର ଦାଶ ସ୍ୱାଗତ ଭାଷଣ ଓ ଭାବଗ୍ରାହୀ କଳାନିକେତନର ପିଲାମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ପ୍ରତିଭା ପୂଜା ସମିତି ପକ୍ଷରୁ କବି ସସ୍ମିତା ପଣ୍ଡାଙ୍କୁ ଉତ୍କଳଭାରତୀ ସମ୍ମାନ, ଗାୟକ ସୂର୍ଯ୍ୟ ପଶ୍ୱର୍ୁରାମ ପଣ୍ଡା, ସଂଗୀତଜ୍ଞ ବିମଳ ପ୍ରସାଦ ପରିଡା, ସମାଜସେବୀ ନରହରି ପାଣି, ଯୁବନେତା ରାଜେଶ ପଣ୍ଡା, ମହେନ୍ଦ୍ର କୁମାର ମିଶ୍ର, ଦିଲ୍ଲିପ କୁମାର ଦାଶ, ଉଦଘୋଷକ ଉମାକାନ୍ତ ଜେନା ଏବଂ କୁନ୍ତଳାକୁମାରୀଙ୍କ ନାତୁଣୀ ଦେବସ୍ମିତା ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ଚରଣ ତ୍ରିପାଠୀ, ଗୋପାଳକୃଷ୍ଣ ଜେନା, ରଞ୍ଜନ ବାଇ, ପ୍ରତିଭା ଦାସ, ମଧୁସୁଦନ ଗେରୁ, ଅପର୍ତୀ ଚରଣ ସେଠୀ, ସୁବାଷ ପାତ୍ର, ପ୍ରଦୀପ କୁମାର ନାୟକ, ଅର୍ବାନ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁସିଲ କୁମାର ସାମଲ, ତମସା ପାତ୍ର, କୁଳମଣି ରାଉତ, ବିଚିତ୍ରାନନ୍ଦ ନାୟକ, ଅକ୍ଷୟ ତରାଇ, ବାବାଜୀ ମହାରଣା, କ୍ଷେତ୍ରବାସୀ ନାୟକ ପ୍ରମୁଖ କବିତା ପାଠ କରିବା ସହ କୁନ୍ତଳାକୁମାରୀଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଦାରାବାଦକ ଗୋଲଖ ସେଠୀ ଉଦଯାପନୀ ସଂଗୀତ ଗାନ କରିଥିବା ବେଳେ କବି ଶରତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର