ଭୁବନେଶ୍ୱର, ୦୯/୦୨/୨୦୨୧ (ଓଡ଼ିଶା ସମାଚାର)- ଗତ ୨୪ ଘଂଟା ମଧ୍ୟରେ ଆଉ ୧୦୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୩ ଜଣ ଚତହ୍ନଟ ହୋଇଥିବାବେଳେ ୪୨ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୪ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୩, ବାଲେଶ୍ୱର ୩, ବରଗଡ ୫, ଭଦ୍ରକ ୫, ବଲାଙ୍ଗୀର ୩, କଟକ ୧୩, ଗଞ୍ଜାମ ୩, ଜଗତସିଂହପୁର ୧,ଯାଜପୁର ୪, ଝାରସୁଗୁଡା ୫, କନ୍ଧମାଳ ୩, କେନ୍ଦ୍ରାପଡା ୧, କେନ୍ଦୁଝର ୪, ଖୋର୍ଦ୍ଧା ୧୩, କୋରାପୁଟ ୧, ମୟୁରଭଞ୍ଜ ୫, ନୂଆପଡା ୨, ପୁରୀ ୭, ରାୟଗଡା ୩, ସମ୍ବଲପୁର ୩, ସୋନପୁର ୧, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩,୩୫,୭୯୭କୁ ବୃଦ୍ଧି ପାଇଛି।
୩,୩୩,୦୩୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୮୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଓଡ଼ିଶା ସମାଚାର