Monday , March 20 2023
Breaking News
Home / ବିଶେଷ / ଅଯୋଦ୍ଧାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମାଛ ବ୍ୟବସାୟୀ ସଂଘର ନିଧି ସମର୍ପଣ

ଅଯୋଦ୍ଧାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମାଛ ବ୍ୟବସାୟୀ ସଂଘର ନିଧି ସମର୍ପଣ

କେନ୍ଦ୍ରାପଡା, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ଅଯୋଦ୍ଧାରେ ଆରମ୍ଭ ହୋଇଥିବା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ରାପଡା ମାଛ ବ୍ୟବସାୟୀ ସଂଘ ପକ୍ଷରୁ ସଂଗୃହିତ ନିଧି ସମର୍ପଣ କରାଯାଇଛି । ରବିବାର ସନ୍ଧ୍ୟାରେ ସହରର ମାଛ ମାର୍କେଟ ପରିସରରେ ମାଛ ବ୍ୟବସାୟୀ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ଦଳାଇ, ସମ୍ପାଦକ ଭଗବାନ ବେହେରା, ସଭ୍ୟ ଅନନ୍ତ ଚରଣ ବେହେରା, ପ୍ରମୋଦ କୁମାର ବେହେରା ପ୍ରମୁଖ ସଂଗୃହିତ ୫ହଜାର ଟଙ୍କା ନିଧି ସଂଗ୍ରାହକ ସଚ୍ଚିଦାନନ୍ଦ ବେହେରାଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ନିଧି ସଂଗ୍ରହ ଅଭିଯାନର ନଗର ସହ ସଂଯୋଜକ ଅଜିତ କୁମାର ଦାସ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.