Saturday , April 1 2023
Breaking News
Home / ବିଶେଷ / ହାଇକୋର୍ଟଙ୍କ ଆଦେଶକୁ କେନ୍ଦ୍ରାପଡା ପ୍ରଶାସନର ଅବମାନନା

ହାଇକୋର୍ଟଙ୍କ ଆଦେଶକୁ କେନ୍ଦ୍ରାପଡା ପ୍ରଶାସନର ଅବମାନନା

କେନ୍ଦ୍ରାପଡା,୦୮/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ସଖୀବଟର ପରିଚାଳନା ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗିରହିଛି । ଏହି ପୀଠର ପରିଚାଳନା ଦାୟିତ୍ୱ ବୁଝୁଥିବା ସଖୀବଟ ଉନ୍ନୟନ ପରିଷଦ ବିଭିନ୍ନ ଦୁର୍ନିତୀ ଓ ଭ୍ରଷ୍ଟାଚାରରେ ବୁଡିଥିବା ନେଇ ମାନ୍ୟବର ହାଇକୋର୍ଟରେ ଡବ୍ଲୁପିସି ନମ୍ବର ୧୪୬୨୭/୨୦୨୦ ରୁଜୁୁ କରାଯାଇଥିଲା । ଏହାର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ୦୫.୦୨.୨୦୨୧ରିଖ ମଧ୍ୟରେ ସଖୀବଟ ଉନ୍ନୟନ ପରିଷଦ ରେଜିଷ୍ଟ୍ରେସନକୁ ବାତିଲ କରିବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧେଶ ଦେଇଥିଲେ । ଏଥିସହ ଉକ୍ତ ପୀଠରୁ ବେଆଇନଭାବେ ଗଛକାଟି ବିକ୍ରି କରାଯାଇଥିବା ଅଭିଯୋଗରେ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ କେନ୍ଦ୍ରାପଡା ଏସ.ପି ପଦକ୍ଷେପ ନେବାକୁ ମଧ୍ୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧେଶ ଦିଆଯାଇଥିଲା । ତେବେ ଧାର୍ଯ୍ୟ ଅବଧି ୫.୦୨.୨୦୨୧ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବା ମାନ୍ୟବର ହାଇକୋର୍ଟଙ୍କ ଆଦେଶ ଅବମାନନା ବୋଲି ସାଧାରଣରେ ଅଭିଯୋଗ ହୋଇଛି । ପ୍ରଶାସନର ଏଭଳି ସ୍ଥାଣୁତା ଯୋଗୁ ସଖୀବଟସ୍ଥିତ ବିଗ୍ରହଙ୍କ ପୂଜା ନିତିକାନ୍ତି ବନ୍ଦ ହେବା ସହିତ ବୃଦ୍ଧ ଶଯ୍ୟାଶାୟୀ ପୂଜକଙ୍କ ଚିକିତ୍ସା ହୋଇପାରୁନଥିବା ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.