Saturday , April 1 2023
Breaking News
Home / ତାଜା ଖବର / ସାଲେପୁର ବଜାରରେ ଅଗ୍ନିକାଣ୍ଡ – ଲକ୍ଷଧିକ ଟଙ୍କାର ସାମଗ୍ରୀ ପୋଡି

ସାଲେପୁର ବଜାରରେ ଅଗ୍ନିକାଣ୍ଡ – ଲକ୍ଷଧିକ ଟଙ୍କାର ସାମଗ୍ରୀ ପୋଡି

ସାଲେପୁର,୦୮/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା): କଟକ ଜିଲ୍ଲା ସାଲେପୁର ସହରରେ ଥିବା ହରଗୌରୀ ମାର୍କେଟ ରେ ନିଆଁ ଲାଗି ଚାରିଟି ଦୋକାନ ପୋଡି ପାଉଁଶ ହୋଇଯାଇଛି । ଅଳିଆ ଗଦାରୁ ନିଆଁ ଲାଗିଥିବା   ଜଣାପଡିଛି । ନିଆଁ ଲାଗିଥିବା ଚାରୋଟି ଦୋକାନ ମଧ୍ୟରୁ ଗୋଟିଏ ସାଇକଲ ମରାମତି ଦୋକାନ, ଗୋଟିଏ ଜଳଖିଆ ଦୋକାନ ଓ ଫଳ ଦୋକାନ ବୋଲି ଜଣାପଡିଛି।ସାଲେପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଛି।ଓଡ଼ିଶା ସମାଚାର

Leave a Reply

Your email address will not be published.