ନିରାକାରପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ସହୀଦ ଯବାନ ବାଲାଜୀ ମଙ୍ଗରାଜଙ୍କ ୧୩ ଶ୍ରାଦ୍ଧୋତ୍ସବ ଅବସରରେ ଛଣଗିରିସ୍ଥିତ ତାଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ୧୩ତମ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ତାଙ୍କ ସ୍ମୃତିପୀଠରେ ସିଆରପିଏଫ କମାଣ୍ଡା କେ.ଆର ବେହେରା ଓ ଏଏସଆଇ ସନ୍ତୋଷ କୁମାର ରଥ ଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ସହୀଦ ବାଲାଜୀଙ୍କ ସ୍ମୃତିଚାରଣ କରିଥିଲେ । ପ୍ରକାଶଥାଉ କି ସହୀଦ ବାଲାଜୀ ମଙ୍ଗରାଜ ଝାଡ଼ଖଣ୍ଡର ପାରସନାଥ ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲାବେଳେ ମାଓବାଦୀଙ୍କ ସହ ସମ୍ମୁଖ ଲଢେଇରେ ୨୦୦୮ ମସିହା ଫେବୃଆରୀ ୮ ତାରିଖରେ ସହୀଦ ହୋଇଯାଇଥିଲେ । ଓଡ଼ିଶା ସମାଚାର