Wednesday , March 29 2023
Home / କ୍ରୀଡ଼ା / ସରସ୍ୱତୀ ପୁରରେ ଯୋଗ ଶିବିର 

ସରସ୍ୱତୀ ପୁରରେ ଯୋଗ ଶିବିର 

ଗରଦପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଭଗବାନପୁର ପଂଚାୟତତ୍ସିତ ସରସ୍ୱତୀପୁର ଖେଳ ପଡ଼ିଆ ଠାରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଯୋଗଗୁରୁ ପ୍ରତାପ ଗୁରୁଜୀ ଓ ସନ୍ତୋଷ ଗୁରୁଜୀ ଛାତ୍ର ଛାତ୍ରୀଙ୍କ ସମେତ ଗ୍ରାମବାସୀ ମାନଙ୍କୁ ଯୋଗ ଓ ପ୍ରାଣାୟମ ଶିକ୍ଷା ଦେଇଥିଲେ । ଆଜିର ଦିନରେ ଆମେ ଖାଉଥିବା ଅପମିଶ୍ରିତ ଓ ଅସନ୍ତୁଳିତ ଖାଦ୍ୟ ଖାଇବା ସହିତ ମଣିଷ ମେସିନ ପରି କାମ କରି ଚାଲିଛି । ବିଶ୍ରାମ କରିବା ପାଇଁ ସମୟ ନାହିଁ । ତେବେ ନିଜକୁ ଓ ମନକୁ ସ୍ୱାସ୍ଥ୍ୟ ଓ ନିରୋଗ ରହିବା ପାଇଁ ଯୋଗ ଓ ପ୍ରାଣାୟମ ଅପରିହାର୍ଯ୍ୟ ବୋଲି ଗୁରୁଜୀ କହିଥିଲେ । ଏହାଛଡ଼ା ଛାତ୍ର ଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ସହ ଚଳ ଚଂଚଳ ମନକୁ କିପରି ସ୍ଥିର ରଖି ପାଠ ପଢ଼ାରେ ମନ ନିବେଶ କରିବେ ସେଥିପାଇଁ ଯୋଗ ଓ ପ୍ରାଣାୟମ ମଧ୍ୟ ଜରୁରୀ ବୋଲି କହିବା ସହିତ ବିଭିନ୍ନ ଆସନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।  ଏହି ଶିବିରକୁ ସନ୍ତୋଷ ସାମଲ,ତ୍ରିଲୋଚନ ସାମଲ,ପ୍ରତାପ ଦାସ, ସଂଗ୍ରାମ ସାମଲ,ପ୍ରଭାକର ମଲିକ , ତପନ କୁମାର ସାମଲ,ଓ କିଶୋର ସାମଲ ପ୍ରମୁଖ ସହଯୋଗ କରିଥିଲେ । ଶିବିରରେ ଗ୍ରାମବାସୀ ଓ ଗ୍ରାମବାସୀ ଉପସ୍ଥିତ ରହି ଯୋଗ ପ୍ରଶିକ୍ଷଣ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.