Tuesday , March 28 2023
Breaking News
Home / ବିଶେଷ / ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର,୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ମହାମାରୀ କରୋନା ଭିତରେ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାାଦକ ଦେବେନ୍ଦ୍ର ସାହୁ ।୧୨ଟି ପାରାମିଟରକୁ ବିଚାରକୁ ନେଇ ବସ୍ ଭଡ଼ା ବଢ଼ାଯାଇଥିବା ସେ କହିଛନ୍ତି । ପୂର୍ବରୁ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିଲା ।ଏବେ ୮୦ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସଭଡ଼ା ୭୭ ପଇସାରୁ ୮୪, ଡିଲକ୍ସ ବସ ଭଡ଼ା ୧.୦୯ ପଇସାରୁ୧.୧୧ ପଇସାକୁ, ଏସିଡିଲକ୍ସ ଭଡ଼ା ୧.୩୧ ପଇସାରୁ ୧.୩୯ ପଇସାକୁଓ ସୁପର ପ୍ରିମିୟର ବସ୍ ଭଡ଼ା ୨.୧୭କୁ ବଢ଼ିଛି । ଦେବେନ୍ଦ୍ର ସାହୁଙ୍କକହିବା ଅନୁସାରେ ଦେଶରେ ଡିଜେଲ୍ ଭଡ଼ା ବଢ଼ି ଚାଲିଛି । ଏଥିପ୍ରତି ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହିଁ ଧ୍ୟାନଦେଉନାହାନ୍ତି । ଡିଜେଲ୍ ଦାମ କମାଇବା ପାଇଁ ବସ୍ ମାଲିକ ସଂଘ ବାରମ୍ୱାର ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି । ହେଲେ କେହିଆମ କଥା ଶୁଣୁ ନାହାନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି । ଶ୍ରୀ ସାହୁଅହୁରି କହିଛନ୍ତି-“ଦୁଇ ଟଙ୍କା ତେଲ ଦର ବଢ଼ିଲେ ସାଧାରଣ ବସ୍ ଭଡ଼ା ଏକ ପଇସା ଓ ଏକ୍ସପ୍ରେସ ବସ୍ ଭଡ଼ା ୨ ଦୁଇସା ବଢ଼ାଇବାକୁ ଆଜକୁ ୪ ବର୍ଷ ତଳେ ରାଜ୍ୟ ସରକାର ନିଷ୍ପତି ନେଇଥିଲେ ।ସେହି ଅନୁସାରେ ବସ୍ ଭଡ଼ା ବଢ଼ୁଥିଲା । କିନ୍ତୁ ବସ୍ ମାଲିକ ସଂଘ ଦାବି କରିଥିବା ଅନ୍ୟ ୧୨ଟି ପାରାମିଟର ସମ୍ପର୍କରେ ନିଷ୍ପତି ରାଜ୍ୟ ସରକାର ପରେ ନେବେ ବୋଲି କହିଥିଲେ । କୋଭିଡ୍ ସମୟରେ ସ୍ଥିତି ଦେଖି ସେହି ୧୨ଟି ପାରାମିଟର ପ୍ରତି ଧ୍ୟାନ ଦେବାକୁ ରାଜ୍ୟସରକାରଙ୍କ ପାଖରେ ସଂଘ ଦାବି କରିଥିଲା । ଆଶା ରଖିଥିଲୁ କୋଭିଡ୍ ସମୟରେ ତେଲ ଦର କମିବ । ହେଲେ ଆନ୍ତର୍ଜାତୟ ସ୍ତରରେତେଳ ଦର କମୁଥିବା ବେଳେ ଭାରତରେ ତେଲ ଦର ବଢ଼ିବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଟିକସ କମାଇଲେ ନାହିଁ । ଯାହାଫଳରେ ଆମେ ବସ୍ ଭଡ଼ା ବଢ଼ାଇବାକୁ ବାଧ୍ୟ ହେଲୁ । ଏଥିପାଇଁ ଯାତ୍ରୀଙ୍କ ଠାରୁ କ୍ଷମା ମାଗି ନେଉଛି ।” କଟକରେ ନୂଆ ବସ୍ ଟର୍ମିନାଲକୁ ନେଇ ଶ୍ରୀ ସାହୁ କହିଛନ୍ତି, ନୂଆ ବସ୍ ଷ୍ଟାଣ୍ଡ ନିର୍ମାଣପାଇଁ ରାଜ୍ୟ ସରକାର ଶିଳାନ୍ୟାସ କରିଥିଲେ । ଏପରିକି ଜାଗା ଅଧିଗ୍ରହଣ କରି ପାଚେରୀ ନିର୍ମାଣ କରାଯାଇଥିଲା । ପରବର୍ତୀ ସମୟରେ ଅନୁଗୋଳ ଓ ପାରାଦୀପ ବସ୍ ଷ୍ଟାଣ୍ଡକୁ ମିଶାଇ ଗୋଟିଏ ବଡ଼ ବସ୍ ଷ୍ଟାଣ୍ଡ କରିବେ ବୋଲି କହିଥିଲେ । ଯାହାକୁ ସଂଘ ସ୍ୱାଗତ କରିଥିଲା । ପୁଣି ରାଜ୍ୟ ସରକାର ନିଷ୍ପତି ନେଲେ କାଳି ମନ୍ଦିର ପଛପାର୍ଶ୍ୱରେ କରିବା ପାଇଁ । ବସ୍ ଷ୍ଟାଣ୍ଡ କେଉଁଠି ହେବ, ସେ ବିବାଦ ଭିତରେ ମାଲିକ ସଂଘ ପଶିବାକୁ ଚାହୁଁନି । ଆମେ ଚାହୁଁଛୁ କଟକରେ ଗୋଟିଏ ଭଲ ବସ୍ ଷ୍ଟାଣ୍ଡ ହେଉ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.